ଗୋଜୀ ମୁଣ୍ତିଆରୁ ବେଆଇନ ମୋରମ ଚାଲାଣ ଅଭିଯୋଗ
ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ତହସିଲ ଅଧିନ ରାଣୀପଡା ଗ୍ରାମ ପାର୍ଶ୍ବସ୍ଥ ଗୋଜୀ ମୁଣ୍ଡିଆରୁ ମାଫିଆମାନେ ଅବାଧରେ ମୋରମ ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଜଣାପଡିଛି।ଖଣ୍ଡପଡ଼ା ତହସିଲ ପ୍ରଶାସନ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ମାଫିଆମାନେ ଖଣିଜ ସମ୍ପଦ ଲୁଟ କରିବାକୁ ସାହସ ପାଇଥିବା ଜଣାପଡିଛି।ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ଜଣାପଡିଛି ।ଗୋଜୀ ମୁଣ୍ଡିଆରୁ ବେଆଇନ ଭାବେ ମୋରମ ଚାଲାଣ ଯୋଗୁଁ ସବୁଜ ବନାନୀରେ ପରିପୂର୍ଣ୍ଣ ସଂରକ୍ଷିତ ଜଙ୍ଗଲ ଏବେ ନଷ୍ଟଭ୍ରଷ୍ଟ ହେବାକୁ ବସିଥିବାରୁ ପରିବେଶବିତମାନେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ମୁଣ୍ଡିଆରୁ ବେଆଇନ ଭାବେ ମୋରମ ଚାଲାଣ ବନ୍ଦ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଖଣ୍ଡପଡ଼ା ତହସିଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق