ଲଘୁ ଖଣିଜ ସଂପଦ ପରିବହନ ଉପରେ କଟକଣା ଜାରି ହୋଇଥିବାରୁ ସହର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
ଖଣ୍ଡପଡ଼ା ୨୭,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଲଘୁ ଖଣିଜ ସଂପଦ ବାଲି, ଗୋଡ଼ି, ପଥର,ବଯୁରି , ମେଂଣ୍ଟାଲ ,ମୋରମ ଆଦି ପରିବହନ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ରହି ଥିବା ଜଣାଯାଇଛି । ଫଳରେ ଟ୍ରାକ୍ଟର, ମିନି ଟ୍ରକ ଓ ହାଇୱା ଯୋଗେ ବିଭିନ୍ନ ଉତ୍ସରୁ ଲଘୁ ଖଣିଜ ସଂପଦ ପରିବହନ ସମ୍ପୂର୍ଣ ବନ୍ଦ୍ ହୋଇଯାଇଛି। ଫଳରେ ଏହ ର ପ୍ରଭାବ ଜନସାଧାରଣ ଙ୍କ ସହ ଉନ୍ନୟନ କାର୍ଯ୍ୟ ବାଧାପ୍ରା ସୃଷ୍ଟି କୁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଖଣ୍ଡପଡ଼ା ବ୍ଲକ ପ୍ରଶାସନ , ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ, ସହର ପୂର୍ତ୍ତ ବିଭାଗ ପକ୍ଷରୁ ସହ ସହ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଲଘୁ ଖଣିଜ ପଦାର୍ଥ ଅଭାବ ଦେଖା ଦେଇଛି ଓ କାମ କାର୍ଯ୍ୟ ବନ୍ଦ ରଖିବାକୁ ଠିକାଦାର ମାନେ ବନ୍ଧ୍ୟା ହେଉଛନ୍ତି। ଅପରପକ୍ଷରେ ଉନ୍ନୟନ ମୂଳକ କାର୍ଯ୍ୟ ରେ ବେବହୃତ ହେଉଥିବା ଲଘୁ ଖଣିଜ ପଦାର୍ଥ ମୂଲ୍ୟ ଅହେତୁକ ବୃଦ୍ଧି ହୋଇଥିବାରୁ କୋଠା ଘର ତିଆରି କରୁଥିବା ଜନସାଧାରଣଙ୍କ ଅସୁବିଧା ସମୁଖୀନ ହେଉଥିବା ଜଣାପଡ଼ିଛି। କଣ୍ଟିଲୋ, ସିଧା ମୂଳା ଓ ଏହାର ଆଖପାଖ ଅଞ୍ଚଳରେ ନଦୀର କୂଳରେ ଥିବା ବାଲି, ପାହାଡ଼ ଫୁଟାଇ ପଥର, ଗୋଡ଼ି ଲୁଚି ଛପି ଚୋରାରେ ବେପାର ଉଚ୍ଚା ଦରରେ ବିକ୍ରି କରୁଥିବା ରୁ ଖଣ୍ଡପଡ଼ା ସହର ଓ ବ୍ଲକ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଲଘୁ ଖଣିଜ ପଦାର୍ଥ ଚାଲାଣ ପରିବହନ ସମ୍ପୂର୍ଣ ବନ୍ଦ୍ ହୋଇଯାଇଥିବା ରୁ ଗାଡ଼ି ଚାଳକ ଓ ପରିବହନ ଲାଇସେନ୍ସ ପ୍ରାପ୍ତ ମାଲିକ ମାନେ ହତାଶ ହୋଇ ପଡିଛନ୍ତି। ଖଣ୍ଡପଡ଼ା ତହସିଲଦାର ପୋଲିସ ପ୍ରଶାସନ ପକ୍ଷରୁ କଡା କଡ଼ି ଭାବେ ତଦାରଖ କରି ଗାଡ଼ି ଯାନବାହାନ ବେଆଇନ ଭାବେ ଚାଲୁଥିବା ଯାନ କୁ ଫାଇନ କାଟି ଉଚ୍ଚ ଅର୍ଥ ରାଶି ଦେବାକୁ ପଡ଼ୁଛି। ଏହା ଆଇନ ହିସାବରେ ଠିକ ଠାକ୍ ହେଲେହେଁ ଜନସାଧାରଣ ଓ ବିଭାଗୀୟ କୋଠା, ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଏଥିପ୍ରତି ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣ ଖଣ୍ଡପଡ଼ା ଅଞ୍ଚଳ ବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق