ଲଙ୍କା ପୋଡ଼ି ଯାତ୍ରା ପାଇଁ ଶୁଭଖୁଣ୍ଟି ଅନୁକୂଳ
ଗଣିଆ (ମଣିଭଦ୍ରା ଖବର) ଆସନ୍ତା ଏପ୍ରିଲ ମାସ ୬ ତାରିଖରେ ରାମ ନବମୀ । ଏପ୍ରିଲ ୨୯ ତାରିଖରେ ରାବଣ ବଧ ବା ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହେବ । ସ୍ଥାନୀୟ ଗଣିଆ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୫୩ ବର୍ଷ ଧରି ଏହି ଯାତ୍ରା ଚାଲୁ ରହିଛି । ଏହି ଅବସରରେ ଲଙ୍କା ପୋଡ଼ି ଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆଜି ଦିବା ୮ ଘଟିକା ସମୟରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ୫୫ ବର୍ଷ ଧରି ଗୋଟିଏ ଖୁଣ୍ଟରେ ପ୍ରଭୂଙ୍କ ନାମରେ ନଡ଼ିଆ ବନ୍ଧାଯାଇ ଖୁଣ୍ଟପୋତା କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଗଣିଆ ପାଇକସାହିର ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି । ମନ୍ଦିର ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିଥିବା ଜଣାପଡିଛି । ଚଳିତ ବର୍ଷ ୩ ଦିନ ଧରି ଲଙ୍କା ପୋଡ଼ି ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق