BREAKING
Loading...
:

ଆସନ୍ତା ୨୪, ରେ ଆସୁଛନ୍ତି ଭାରତ ମହାମହିମ ରାଷ୍ଟ୍ରପତି

 ଆସନ୍ତା ୨୪, ରେ ଆସୁଛନ୍ତି ଭାରତ  ମହାମହିମ ରାଷ୍ଟ୍ରପତି

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ରାଷ୍ଟ୍ରପତିଙ୍କ ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ କଣ୍ଟିଲୋ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଶ୍ରୀ ନୀଳମାଧଵଜୀଉ ଙ୍କ ଦର୍ଶନ ନିମନ୍ତେ ଆସୁଥିବାରୁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ପକ୍ଷରୁ ସମସ୍ତ ସାମ୍ବାଦିକ ସମ୍ମିଳନୀର ବୈଠକ ଆୟୋଜିତ ହୋଇଥିଲା। ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ସାରି ସେଠାରୁ କାଳିଆ ପଲ୍ଲୀ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଜନ୍ମସ୍ଥାନ ମାତା ଲଳିତା , ରାଜା ଇନ୍ଦ୍ରଦ୍ୟୁମ୍ନ , ବିଶ୍ଵାବସୁ ଙ୍କ ଜନ୍ମ ସ୍ଥାନରେ ନାମ ପରାୟଣ, ଜଗନ୍ନାଥ ସଂସ୍କୃତି ପ୍ରାରମ୍ଭ ସ୍ଥାନରେ ଯୋଗଦାନ ଦେବାକୁ ସୁଚନା ପ୍ରଦାନ କରିଥଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ବିଧାୟକ ବୈଠକ ରେ ଖଣ୍ଡପଡ଼ା ସହର ଓ ବ୍ଲକ ର ସମସ୍ତ ସାମ୍ବାଦିକ କଣ୍ଟିଲୋ ବଙ୍ଗଳା ରେ ଯୋଗଦାନ ଦେଇ ସମସ୍ତ ଜନସାଧାରଣ ଙ୍କୁ ଦୃଷ୍ଟିରେ ରଖି କିପରି ରାଷ୍ଟ୍ରପତି ଙ୍କ ଗସ୍ତକୁ ସଫଳତାର ପ୍ରୟାସ କରାଯାଉଛି ଓ ରାସ୍ତାକାମ, ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଯୋରସର ଭାବେ କାର୍ଯ୍ୟ ଆଗେଇ ଚାଲିଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ଖଣ୍ଡପଡ଼ା ବ୍ଲକ ଅଧିକାରୀ, ଅଧ୍ୟକ୍ଷ ଉପାଧ୍ୟକ୍ଷ ସମସ୍ତ ସାମ୍ବାଦିକ।  କଣ୍ଟିଲୋ ଗସ୍ତ କରିବାକୁ ଥିବା ମହାମହିମ ରାଷ୍ଟ୍ରପତିଙ୍କ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଗ୍ରହ ପ୍ରକାଶ ପାଉଛି। ଏଣୁ କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ମନ୍ଦିର ପରିସର ମରାମତି ଓ ନୁତନ ଲିଫ୍ଟ କାର୍ଯ୍ୟ, ରାସ୍ତା,ଆଲୋକିକରଣ, ପାନୀୟ ଜଳ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା କୁ କଡାକଡି ଭାବେ କାର୍ଯ୍ୟ ଆଗେଇ ନେବା ପାଇଁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ପକ୍ଷରୁ ଘୋଷଣା କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS