ହୁ ହୁ ହୋଇ ବଢ଼ୁଛି ସୁନା ଦର: ୧୦ ଗ୍ରାମକୁ ୨୪ କ୍ୟାରେଟ୍ ୯୦ ହଜାର ଛୁଇଁଲା…
କଟକ (ମାନସ କୁମାର ସାହୁ) ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚ ୧୮ ଅର୍ଥାତ୍ ମଙ୍ଗଳବାର ସୁନା ଦାମ୍ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି । ସେହିପରି ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କାରେ ପହଞ୍ଚିଛି।
ମଣିଭଦ୍ରା ଖବର, କଟକ
إرسال تعليق