ଦଶିପୁର ଗୋରୁହାଟରେ ଜଳିଗଲା ୧୫ରୁ ଅଧିକ ପାଳଗଦା
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତ ଦଶିପୁର ତୋଟାଠାରେ ଥିବା ଖଳାରେ ପ୍ରାୟ ୧୫ରୁ ଅଧିକ ପାଳଗଦା ଆଜି ସନ୍ଧ୍ୟାରେ ଜଳି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡା ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ତେବେ ନିଆଁର ପ୍ରଖର ଏତେ ଜୋର ଥିଲା ଯେ ନିଆଁ ଆୟତନ ହୋଇନଥିଲା ।
ତଥାପି ୨ ଘଣ୍ଟା ଧରି ଅଗ୍ନି ଶମ ବାହିନୀ ଚେଷ୍ଟା ଜାରି ରଖିଥିଲେ । ପ୍ରାୟ ୧୫ ଜଣ ଚାଷୀ ଏହି ଧାନଖଳାରେ ପାଳଗଦା କରି ନିଜର ଗୋରୁ ମାନଙ୍କ ବର୍ଷସାରା ଆହାର ପାଇଁ ରଖିଥିଲେ । ତେବେ ସେଠାରେ କିଛି ଅସାମାଜିକ ଯୁବକ ମଦ୍ୟପାନ କରିବା ସହିତ ସିଗାରେଟ ଖାଇ ନିଆଁ ପକାଇବାରୁ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଉକ୍ତ ତୋଟାଟି ଏକ ନିକାଞ୍ଚନ ସ୍ଥାନରେ ଥିବାରୁ ସେଠାରେ ସନ୍ଧ୍ୟା ସମୟରେ ମଦୁଆଙ୍କ ଆଡ୍ଡାସ୍ଥଳୀ ଜଳୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ତେବେ ଗରୀବ ନିରିହ ଚାଷୀ ମାନଙ୍କର ପାଳଗଦା ଜଳି ଯାଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق