BREAKING
Loading...
:

କେବେ ମନ୍ତ୍ରୀ ମଣ୍ଡଳରେ ସାମିଲ୍ ହେବେ ବିଧାୟକ ଇଂ ଦୁଷ୍ମନ୍ତ ସ୍ବାଇଁ

 କେବେ ମନ୍ତ୍ରୀ ମଣ୍ଡଳରେ ସାମିଲ୍ ହେବେ ବିଧାୟକ ଇଂ ଦୁଷ୍ମନ୍ତ ସ୍ବାଇଁ




ଖଣ୍ଡପଡ଼ା,୨୦/୩(ପୂର୍ଣ୍ଣଚନ୍ଦ୍ର ମହାପାତ୍ର)-୨୦୨୪ ନିର୍ବାଚନରେ ଯେତେଗୁଡ଼ିଏ ନିର୍ବାଚନ ମଣ୍ଡଳୀ ଥିଲା ସେଥି ମଧ୍ୟରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଥିଲା ସେଥି ସ୍ଵତନ୍ତ୍ର। କାରଣ ଏଠାରେ ଟକ୍କର ଚାଲିଥିଲା ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ମଧ୍ୟରେ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନୟାଗଡ଼ ଜିଲ୍ଲାର ବିଜେଡ଼ି ଗଡ଼ ଭାବେ କୁହାଯାଏ। ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ରେକର୍ଡ କରିଥିବା ଜଣାଯାଏ। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ସର୍ଦ୍ଧାଥ ଶେଖର ସିଂ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳ ବିଜୟୀ ହୋଇଛି। ତେବେ ୨୦୨୪ ନିର୍ବାଚନ ବିଜେଡ଼ି ହାତରୁ ଖସି ବିଜେପି ହାତକୁ ଯାଇଛି। ବିଜେଡିର ତୁଙ୍ଗ ନେତାମାନେ ଆସି ପ୍ରଚାର କରିବା ଏପରିକି ଖୋଦ୍ କେ.ପାଣ୍ଡିଆନ ଆସି କଣ୍ଟିଲୋରେ ମାରାଥନ୍ ପ୍ରଚାର କରିଥିଲେ ମଧ୍ୟ ବିଜେଡ଼ି ର ସମସ୍ତ କୌଶଳକୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇ ବିଜୟ ଲାଭ କରିଛନ୍ତି ଭଦ୍ର,ନମ୍ର,ଉଚ୍ଚ ଶିକ୍ଷିତ ତଥା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବାରମ୍ବାର ବିଧାନସଭା ରେ ସ୍ବର ଉତ୍ତୋଳନ କରୁଥିବ ଖଣ୍ଡପଡ଼ାର ଯୁବ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ। ତେବେ ଜଣେ ସଂଗ୍ରାମୀ, ଲଢ଼ୁଆ ରାଜନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନଦେବା ଦୁଃଖ ଓ ପରିତାପର ବିଷୟ। ସେତେବେଳେ କିନ୍ତୁ ଚର୍ଚ୍ଚା ଉଠିଥିଲା ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ୍ କରିବା ପାଇଁ। କିନ୍ତୁ ଶେଷ ପର୍ଯ୍ୟାୟରେ ବାଦ୍ ଦେବା ବୁଦ୍ଧିଜୀବି, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳବାସୀଙ୍କୁ ଆଘାତ ଦିଆଯାଇଛି ଵୋଲି ଆଲୋଚନା ହେଉଛି। ଦୁଷ୍ମନ୍ତ କୁମାର ସ୍ବାଇଁ ଜଣେ ଅନୁଭବୀ ନେତା। ତାଙ୍କ ଦ୍ଵାରା ସରକାର ଓ ଦଳ ପାଇଁ ବହୁତ ଲାଭ ହେବ। ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ପରାଜିତ ହୋଇ ୨ୟ ସ୍ଥାନରେ ରହି ମଧ୍ୟ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାରେ ଥିଲେ। ଏଥର କିନ୍ତୁ ନୟାଗଡ଼ ଜିଲ୍ଲାର ବିଜେଡ଼ି ଗଡ଼ ରୂପେ ପରିଚିତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ହରାଇ ବିଜେଡ଼ି ଗଡ଼ କୁ

ଧ୍ବଂସ କରିଦେଇଥିବା ଦୁଷ୍ମନ୍ତ ସ୍ବାଇଁ ମାରିଛନ୍ତି ଛକା। ମନ୍ତ୍ରୀ ମଣ୍ଡଳ ଗଠନ ହେବାର ଆଠମାସ ପୂରଣ ହୋଇସାରିଛି। ତେବେ ଏଥର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ଵେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କୁ ସ୍ଥାନ ମିଳିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 


Post a Comment

أحدث أقدم
Header ADS