BREAKING
Loading...
:

ଗଣିଆ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ,୧୦୮ କର୍ମଚାରୀ ନିଘୋଡ଼ ନିଦରେ

 ଗଣିଆ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀ ହନ୍ତସନ୍ତ,୧୦୮ କର୍ମଚାରୀ ନିଘୋଡ଼ ନିଦରେ 

ଗଣିଆ (ମଣିଭଦ୍ରା ଖବର) ରୋଗୀ ମାନଙ୍କୁ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ବିଶେଷକରି ଅପହଞ୍ଚ ଇଲାକାରେ ତଥା ଗରୀବ ନିରିହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ଏହି ସେବା ପାଇପାରିବେ କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଅପାରଗତା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଏବେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ନୟାଗଡ଼ ଜିଲ୍ଲା ଗଣିଆରେ ଏବେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଗଣିଆ ମେଡିକାଲରେ ୧୦୮ ଆମ୍ବୁଲାନ୍ସ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ୧୨ ତାରିଖରେ ଗଣିଆ ୧୦୮ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଯାହା ଫଳରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ୧୦୮ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।  ଏ ସମ୍ପର୍କରେ ଗଣିଆ ଆମ୍ବୁଲାନ୍ସ ଦାୟିତ୍ବରେ ଥିବା କ୍ଳଷ୍ଟର ଲିଡର ସୁନିଲ ମିଶ୍ରଙ୍କୁ ପଚାରିବାରୁ ଦୁର୍ଘଟଣା ହୋଇଥିବା ଆମ୍ବୁଲାନ୍ସଟି ସୋରୁମକୁ ମରାମତି ହେବା ପାଇଁ ଯାଇଛି । କାମ ଶେଷ ହେବାପାଇଁ ଆହୁରି ୮/୧୦ ଦିନ ଲାଗିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗଣିଆରେ ୧୦୮ ଆମ୍ବୁଲାନ୍ସର ଆବଶ୍ୟକତାକୁ ନଜର ରଖି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS