BREAKING
Loading...
:

ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରଦର୍ଶନୀ ମ୍ୟାଚରେ କେନ୍ଦୁଝର ବିଜୟୀ

 ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ମହିଳା ପ୍ରଦର୍ଶନୀ ମ୍ୟାଚରେ କେନ୍ଦୁଝର ବିଜୟୀ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟ୍ସ ଆସୋସିଏସନ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅବସରରେ ଏକ ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ଭୁବନେଶ୍ୱର ମହିଳା ଫୁଟବଲ୍ କ୍ଲବ୍ ଏବଂ କେନ୍ଦୁଝର ମହିଳା ଫୁଟବଲ୍ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା। କେନ୍ଦୁଝର ମହିଳା ଫୁଟବଲ୍ କ୍ଲବ ୩-୦ ଗୋଲରେ ଭୁବନେଶ୍ୱର ମହିଳା ଫୁଟବଲ୍ କ୍ଲବକୁ ପରାସ୍ତ କରି ବିଜୟ ଲକ୍ଷ୍ୟ ହାସଲ କରିଛି। ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ଅଜି ମହିଳା ପ୍ରଦର୍ଶନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସମାଜସେବୀ ଧନେଶ୍ଵର ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଫୋରମର ସଭାପତି ଅଖିଳ ମହାରଣା, ବାର ଆସୋସିଏସନ୍ ସମ୍ପାଦକ ବିକ୍ରମ କେଶରୀ ଦେଓ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ଶିଖରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନବକିଶୋର ସାହୁ, ପଣ୍ଡିତ ମନୋଜ ଦାସ ଏବଂ ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ରହିଥିଲେ। ମୁଖ୍ୟ ରେଫରୀ ଭାବେ କ୍ରୀଡ଼ା ଶିକ୍ଷକ ସମୀର ଖୁଣ୍ଟିଆ ମ୍ୟାଚ ପରିଚାଳନା କରିଥିବା ବେଳେ ବାପି ମହାନ୍ତି ଏବଂ କୁମାର ସୁବାସ ଲାଇନରେ ସହାୟତା କରିଥିଲେ। ଯୁବ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ତେବେ ୪ତାରିଖ ମଙ୍ଗଳବାର ଢେଙ୍କାନାଳ ମହିଳା ଫୁଟବଲ୍ କ୍ଳବ୍ ଏବଂ ସ୍ପୋର୍ଟସ ହଷ୍ଟେଲ ଓଡ଼ିଶା ମଧ୍ୟରେ ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବାସହ ୫ତାରିଖ ବୁଧବାର ଦିନ କଟକ ଯୁବଜ୍ୟୋତି କ୍ଳବ୍ ଏବଂ ଭୁବନେଶ୍ୱର କଳିଙ୍ଗ ସ୍ପୋରଟିଂ କ୍ଲବ୍ ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହେବବୋଲି ଆୟୋଜକ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା ବିଶିଷ୍ଟ କ୍ରୀଡ଼ାବିତ୍ ଭିକାରୀ ଖଣ୍ଡାୟତ ସୂଚନା ଦେଇଛନ୍ତି। ଆଜିର ମ୍ୟାଚ ଅତ୍ୟନ୍ତ ଚିତ୍ତାକର୍ଷକ ଥିବା ବେଳେ ପଡ଼ିଆ ମଧ୍ୟରେ ଦଶହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମ ହୋଇଥିଲା। ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନର ମୁଖ୍ୟ ତଥା କ୍ରୀଡ଼ାବିତ୍ ଶ୍ରୀ ଖଣ୍ଡାୟତଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS