ଉତ୍କଳ ସାମ୍ବାଦିକ ସଂଘ ତରଫରୁ ବାଚସ୍ପତିଙ୍କୁ ସାମ୍ବାଦିକଙ୍କ ବୃତିଗତ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ
ଭୁବନେଶ୍ୱର ( ମଣିଭଦ୍ରା ଖବର) ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ବରେ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ବାଚସ୍ପତିଙ୍କୁ ଭେଟି ସାମ୍ବାଦିକଙ୍କ ବୃତ୍ତିଗତ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ୧୬ ତାରିଖରେ ରଣପୁର ଠାରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକଙ୍କ ବୃତ୍ତିଗତ ଦାବି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରଣପୁର ବୈଠକରେ ଆଗ୍ରହ ପ୍ରକାଶ କରିଥିଲେ। ସେହି କ୍ରମରେ ଆଜି ସଂଘ ପକ୍ଷରୁ ବାଚସ୍ପତିଙ୍କୁ ବିଧାନସଭା କାର୍ଯ୍ୟାଳୟରେ ଭେଟି ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ରାଜ୍ୟ ସଭାପତି ଜଣାଇଛନ୍ତି । ସାମ୍ବାଦିକ ମାନଙ୍କ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ଚେଷ୍ଟା କରିବେ ବୋଲି ବାଚସ୍ପତି ପ୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଭାବରେ ଦାୟିତ୍ବ ନେବା ପରଠାରୁ ସାମ୍ବାଦିକଙ୍କ ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସଭାପତି ବିଭୂତି ଭୂଷଣ କର ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق