ରେଳପ୍ରକଳ୍ପ ପାଇଁ ବିପଦରେ ଗଜରାଜ୍ ।
◆ ଖୋଳାଯାଇଛି ଟ୍ରେଞ୍ଚ, ଫସୁଛନ୍ତି ହାତୀପଲ ।
◆ ନିଘୋଡ଼ ନିଦ୍ରାରେ ବନବିଭାଗ
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଏବେ ରହିଥିବା ହାତୀଙ୍କ ଚଲାପଥ ବା ହାତୀ କରିଡର ବିପଦ ମାଜିଛି। ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ପାଇଁ ରହିଥିବା ହାତୀ କରିତରକୁ ଖୋଳା ଯାଇଥିବା ହେତୁ ଏବେ ହାତୀକଂ ଚଳାଚଳ ପାଇଁ ବଡ଼ ସମସ୍ୟା ଦେଖାଦେଇଛି । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ବୁଗୁଡ଼ାଠାରେ ଥିବା ହାତୀ କରିତର ନିକଟସ୍ଥ ବୁଗୁଡ଼ା ଷ୍ଟେସନ ନିକଟରେ ଗତ ୧୩ ତାରିଖ ବିଳମ୍ବିତ ରାତିରେ ହାତୀପକ ଯାତାୟାତ ସମୟରେ ଏକ ଛୁଆହାତୀ ଗାତରେ ଖସି ପଡ଼ିଥିଲା । ହାତୀଙ୍କ ଗର୍ଜନ ଶୁଣି ଆଖପାଖ ଲୋକ ପହଞ୍ଚିଥିବା ବେଳେ ଶେଷରେ ହାତୀମାନେ ଛୁଆକାତାକୁ ଉଦ୍ଧାର କରି ସାଙ୍ଗରେ ନେଇଯାଇଥିଲେ। ବଡ଼କଥା ହେଉଛି ହାତୀ କରଡର୍ ଟି ବର୍ଷବର୍ଷ ଧରି ମୁକୁଳା ପଡ଼ିରହିଛି। ଏପଟେ ହାତୀଙ୍କ ଚଲାପଥର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାନଯାଇ ରେଳ ପ୍ରକଳ୍ପ ପାଇଁ ହାତୀ କରିତରର ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଟେଞ୍ଚ୍ ବା ଗାତ ଖୋଳାଯିବା ଦ୍ବାରା ଏକଳି ସମସ୍ୟା ଉପୁଜୁଥିବା ପାନୀୟ ଅଧିବାସୀ କହିଛନ୍ତି । ସୂଚନା ଅନୁଯାୟୀ ଦଶପଲ୍ଲା ବନାଂଚଳ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରୁ ଘୁମୁସର ବନଖଣୁକୁ ବର୍ଷ ତମାମ୍ ହାତୀ ଯା'ଆସ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ୨୦୧୪/୧୫ ମସିହାରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଚୁଗୁଡ଼ା - ସେଣ୍ଟ୍ରାଲ୍ ଭିଜର୍ଭ ଅଞ୍ଚଳରେ ୧୨.୫ ଏକରି ବା ୫ ହେକ୍ଟର ସ୍ଥାନରେ ହାତୀ କରିତର ନିର୍ମାଣ କରାଯାଇଥିଲା। ବୁଗୁଡ଼ାର ଉତ୍ତର ପାର୍ଶ୍ଵରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ବାଇଶିପଲ୍ଲୀ ଅଭୟାରଣ୍ୟ ସହ ଦକ୍ଷିଣ ପାର୍ଶ୍ଵରେ ବନ ବିଭାଗର ସଂରକ୍ଷିତ ଜଙ୍ଗଲ ସହ ଏହା ସଂଯୋଗ କରୁଥିଲା ବାଇଶିପଲ୍ଲୀ ଅଭୟାରଣ୍ୟ ଅତିକ୍ରମ କରିବା ସମୟରେ
ହାତୀପଲ ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ବୁଗୁଡ଼ା ସେଣ୍ଡାଲ୍ ଜଙ୍ଗର ଅତିକ୍ରମ କରି ବିରିଗଡ଼ ପାହାଡ଼ ଓ ପରେ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଯାଇଥାନ୍ତି। ରାଜପଥ ଅତିକ୍ରମ କରିବା ସମୟରେ ଭାରିଯାନ ଚଳାଚଳ ହେତୁ ହାତୀଙ୍କ ପାଇଁ ବିପଦ ରହିଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେଇ ଏହି କରିଡର ନିର୍ମାଣ କରାଯାଇଥିଲା। ଉଭୟପାର୍ଶ୍ଵକୁ ତାଇବାଡ଼ ଦ୍ବାରା ଆବଦ୍ଧ କରାଯାଇ ସୈlର ଚାଳିତ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ଜଙ୍ଗଲ ସୃଷ୍ଟି କରିବା ପାଇଁ ଉଭୟପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ଵ ଦିଆ ନଯିବା ଦ୍ବାରା ଏହି କରିତର କିଛିବର୍ଷ ପରେ ଭାଙ୍ଗି ମାଟିରେ ମିଶିଯାଉଛି! ପଂଳରେ ବିଭିନ୍ନ ସମୟରେ ହାତୀପଲ ବାଟହୁଡ଼ି ଗାଁ ମୁହାଁ ହେଉଛନ୍ତି। ଏଭଳି ସ୍ଥିତିରେ ଏବେ ସେହି କରିତର ମଧ୍ୟଦେଇ ଖୋର୍ଦ୍ଧା- ବଲାଙ୍ଗୀର ରେନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କରିଡରର ପ୍ରାୟ ୧୫୦ ମିଟର ଲମ୍ବରେ ରାସ୍ତାକୁ ଖୋଳା ଯାଇଛି! ଫଳରେ ଗତ ୧୩ ତାରିଖ ବିଳମ୍ବିତ ରାତିରେ ଏକ ୧୧ ପଟିଆ ହାତୀପଲ ଅତିକ୍ରମ କରିଥିଲେ। ଏହି ଦଳରେ ୩ଟି ଛୁଆ ହାତୀ ରହିଥିଲେ ହାତୀମାନେ ଘୁମୁସର ବନଖଣ୍ଡରୁ ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳକୁ ଆସିବା ସମୟରେ ଏକ ଛୁଆ ହାତୀ ଗାତରେ ଖସି ପଡ଼ିଥିଲା। ଯାହାକୁ ନେଇ ଜାତୀମାନେ ଉଦ୍ଧାର କରିବା ପାଇଁ ଗର୍ଜନ କରିଥିଲେ। ଖବର ପାଇ ଝିଣିକାବାଲି, ଚୁଗୁଡା, ବୁଗୁଡ଼ାକଲୋନା ଓ ଘୁସୁରିଗାଡ଼ିଆ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଶେଷରେ ଛୁଆହାତୀଟି ଉଦ୍ଧାର ପରେ ହାତୀପଲ ଜଙ୍ଗଲକୁ ଯାଇଥିଲେ l
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق