BREAKING
Loading...
:

ଖଣ୍ଡପଡ଼ା ବ୍ଲକ ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ

 ଖଣ୍ଡପଡ଼ା ବ୍ଲକ ରେ ଅନ୍ତ୍ୟୋଦୟ  ଗୃହ ଯୋଜନାରେ ଶୁଭାରମ୍ଭ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଭିନ୍ନକ୍ଷମ, ଅସହାୟ ବ୍ୟକ୍ତି, କ୍ଷତିଗ୍ରସ୍ତ ପରିବାରବର୍ଗ, ଅସହାୟ ବିଧବା ବ୍ୟକ୍ତି, ରୋଗରେ ଆକ୍ରାନ୍ତ ଗରିବ ପରିବାର କୁ ସମାଜ ର ମୂଖ୍ୟ ସ୍ରୋତରେ ସାମିଲ୍ କରି ବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଭିନ୍ନ ବିଭାଗୀୟ କଲ୍ୟାଣ କାରି ଯୋଜନା ପ୍ରଣୟନ କରି ଛନ୍ତି। ବିଭିନ୍ନ ଯୋଜନା ମଧ୍ୟ ରୁ ଅନ୍ତୋଦୟ ଗୃହ ଯୋଜନା ରେ ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇଦିଆଯିବା ପାଇଁ ସରକାର ଙ୍କ ପକ୍ଷରୁ ଆଜି ଖଣ୍ଡପଡ଼ା ବ୍ଲକ ରେ ଏକ ବିରାଟ ସଭାର ଆୟୋଜନ କରି ହିତାଧିକାରି ଙ୍କୁ ସଭା ନିକଟରେ ସ୍ଥାନୀୟ ଅଞ୍ଚଳର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ସମେତ ବିଡ଼ିଓ ଅଙ୍କୁର ଅଭିଳାଷ, ଅଧ୍ୟକ୍ଷ ଉପମା ବେହେରା, ଉପାଧ୍ୟକ୍ଷ ଶିଶିର କୁମାର ସାହୁ , ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ଗ୍ରାମ ପଞ୍ଚାୟତର ଅଧିକାରୀ, ଖଣ୍ଡପଡ଼ା ବ୍ଲକ ସମସ୍ତ କର୍ମକର୍ତା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହ ଯୋଗଦେଇ ଥିଲେ। ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ୨୨ ଟି ପଞ୍ଚାୟତ ର ମିଶନ ଶକ୍ତି ମହିଳା ଓ ଯୋଗ୍ୟ ହିତାଧିକାରୀଙ୍କୁ ରବି ବାର ଦିନ ଅନୁଷ୍ଠିତ ସଭା ନିକଟରେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଦ୍ଵାରା ପ୍ରମାଣ ପତ୍ରକୁ ପ୍ରଦାନ କରିଥଲେ। ସେଠାରେ ଆୟୋଜିତ ଏଲିଡି ଟିଭି ଚ୍ୟାନେଲ ପ୍ରସାରିତ ମୂଖ୍ୟ ମନ୍ତ୍ରୀ ଙ୍କ କୋରାପୁଟ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମ କୁ ପରଦା ମାଧ୍ୟମରେ ଦେଖାଇ ସମସ୍ତ ଜନସାଧାରଣ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ପାରମ୍ପରିକ  ନିତି ଅନୁସାରେ କାର୍ଯ୍ୟାନୁଷ୍ଠାନର କର୍ମକର୍ତା ଓ ଜନସାଧାରଣ ଙ୍କୁ ସ୍ବାଗତ ଜଣାଇଥିଲେ ଓ ଖାଦ୍ୟର ପ୍ରସ୍ତୁତ କରାଯାଇଥିଲା।ଅନ୍ତୋଦୟ ଗୃହ ଯୋଜନା କାର୍ଯ୍ୟ କ୍ରମ ବହୁ ଆଡ଼ମ୍ବରେ ପାଳନ କରାଯାଇଥିଲା।


ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS