BREAKING
Loading...
:

ରାସୋଳ ପୋଲିସ ଷ୍ଟେସନ ଆୟୋଜିତ କାର୍ଯ୍ୟକ୍ରମ ଆମ ପୋଲିସ ସଭା ରେ ସାମାଜିକ ସମସ୍ୟା ର ସମାଧାନ ପାଇଁ ଆଲୋଚନା।

 ରାସୋଳ ପୋଲିସ ଷ୍ଟେସନ ଆୟୋଜିତ କାର୍ଯ୍ୟକ୍ରମ ଆମ ପୋଲିସ ସଭା ରେ ସାମାଜିକ ସମସ୍ୟା ର ସମାଧାନ ପାଇଁ ଆଲୋଚନା।

     


 ଢେଙ୍କାନାଳ (ମଣିଭଦ୍ରା ଖବର)  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ପରିସର ରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠ ରେ ରାସୋଳ ଥାନା ଭାବପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଵିଧୁଭୂଷଣ ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ "ଆମ ପୋଲିସ ସଭା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ସଭାରେ ରାସୋଳ ଗ୍ରା ପଞ୍ଚାୟତ ର ବିଭିନ୍ନ ଗ୍ରାମର ସଭାପତି,ବରିଷ୍ଠ ନାଗରିକ,ସ୍ବେଛାସେବୀ ଅନୁଷ୍ଠାନ ର ମୂଖ୍ୟ,ସମାଜ ସେବୀ,ସାମ୍ବାଦିକ,ଜନଜାତି,ଅନୂସୂଚିତ ଜାତି,ଜନଜାତି ବ୍ୟକ୍ତି ବିଶେଷ,ଅବସର ପ୍ରାପ୍ତ କର୍ମଚାରୀ,ଆଇନଜୀବୀ,ବଜାର ମୂଖ୍ୟ, ଉପସ୍ଥିତ ରହି ସଡକ ସୁରକ୍ଷା,ନିଶା ନିବାରଣ, ଅସାମାଜିକ ବ୍ୟକ୍ତି ମାନଙ୍କର କାର୍ଯ୍ୟ କଳାପ ଉପରେ ଅଙ୍କୁଶ ଲଗାଇବା,ଅଵହେଳିତ ବୃଦ୍ଧ ପିତା ମାତା ଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅସହାୟ ମହିଳା ପୁରୁଷ ଙ୍କର ଥଇଥାନ,ଶବ୍ଦ ପ୍ରଦୂଷଣ କୁ ରୋକିବା ପାଇଁ ଡି.ଜେ ସାଉଣ୍ଡ ଉପରେ କଟକଣା ଆଦି ଆଞ୍ଚଳିକ ସ୍ତର ରେ ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ।ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ସମସ୍ତ ସମସ୍ୟାର ସମାଧାନ କରାଯିବା ସହିତ ଜନ ସାଧାରଣ ମାନଙ୍କର ସହଯୋଗ ରହିଲେ ବହୁ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS