BREAKING
Loading...
:

ପଶ୍ଚିମ ଓଡ଼ିଶାର ଗାନ୍ଧୀ ନୃସିଂହ ଗୁରୁଙ୍କ ଜୟନ୍ତୀ ପାଳିତ

 ପଶ୍ଚିମ ଓଡ଼ିଶାର ଗାନ୍ଧୀ ନୃସିଂହ ଗୁରୁଙ୍କ ଜୟନ୍ତୀ ପାଳିତ



ସମ୍ବଲପୁର( ମଣିଭଦ୍ରା ଖବର) 


ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କୁଚିଣ୍ଡା ବ୍ଲକ ଶାଖା ପକ୍ଷରୁ ଏହାର ଆବାହକ ମିତ୍ରଭାନୁ ପ୍ରଧାନଙ୍କ ସଭାପତିତ୍ବରେ ପଶ୍ଚିମ ଓଡ଼ିଶାର ଗାନ୍ଧୀ ବୋଲି ଚର୍ଚ୍ଚିତ ପ୍ରବୀଣ ସ୍ବାଧିନତା ସଂଗ୍ରାମୀ ନୃସିଂହ ଗୁରୁଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୁରୁଜୀଙ୍କ ନିଶା ନିବାରଣ ଓ ଦଳିତଙ୍କ ଉତ୍‌ଥାନ  କାର୍ଯ୍ୟକ୍ରମ ତଥା ସ୍ବାଧିନତା ସଂଗ୍ରାମ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ଅଭିଯାନର ଉପଖଣ୍ଡ ସଭାପତି କରୁଣା କର ନିଶାନ, ସମିତି ସଭ୍ୟ ଯଶୋବନ୍ତ ଭୋଇ,ସାମାଜିକ କର୍ମୀ ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ଣ୍ଣ ନିଶା ନିବାରଣ ଓ ଦଳିତ ମାନଙ୍କ ଉତ୍‌ଥାନ ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଅତିଥିଗଣ ଗୁରୁ ମହାଶୟଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୁଟୁରାଚୁଆଁ , ବକ୍ସମା, କୁସୁମି ସହ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଶତାଧିକ ନିଶା ନିବାରଣ କର୍ମୀ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ନାରୀ ନେତ୍ରୀ ବିମଳା ପଟେଲ ସ୍ଵାଗତ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ନାରୀନେତ୍ରୀ ଶୈରେନ୍ଦ୍ରୀ ଶେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS