ଖଣ୍ଡପଡ଼ା ଉପ ଡାକଘରେ ଗ୍ରାହକ ସେବା ବିପର୍ଯ୍ୟସ୍ତ
ଖଣ୍ଡପଡ଼ା ୩୧,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ର ୧ ନମ୍ବର ୱାର୍ଡ ସ୍ଥିତ ଉପ ଡାକଘରେ ଗ୍ରାହକ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଜଣାପଡିଛି। ଫଳରେ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଡାକଘରୁ ଆସୁଥିବା ଦୈନିକ ବିଭିନ୍ନ କାର୍ଯ୍ୟରେ ଆସୁଥିବାରୁ ବିଭିନ୍ନ ଆଖପାଖ ଅଞ୍ଚଳର ଗ୍ରାହକମାନେ ସେବା ପାଇଁ ଉପ ଡାକଘରକୁ ଆସୁଥିବା ବେଳେ ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସତ୍ବେ ଉପ ଡାକଘର ପରିସରରେ ଜନସାଧାରଣ ଙ୍କ ବସିବା ପାଇଁ ଆବଶ୍ୟକ ଗୃହ, ପାନୀୟ ଜଳ ଯୋଗାଇବା ସୁବିଧା ନଥିବା ଜଣାପଡ଼ିଛି। ଆଧାର କାଡ଼ର୍ ସଂଶୋଧନ ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ପରି ଛୋଟ ମୋଟ କାର୍ଯ୍ୟ ପାଇଁ ଜନସାଧାରଣ ଆସି ବାହାରେ ଏଣେ ତେଣେ ହୋଇ ଖରା ଦାଉରୁ ରକ୍ଷାପାଇବା ପାଇଁ ବାହାରେ ବସି ଘଣ୍ଟା ଘଣ୍ଟା ଧରି ସେଠାରେ ବସିରହିଥିବା ଜଣାପଡିଛି ।ଉପ ଡାକଘର ମଧ୍ୟରେ କର୍ମଚାରୀ ମାନେ ବସିରହି କାର୍ଯ୍ୟ କରୁଥିବା ବେଳେ ଉପ ଡାକଘର ବାରଣ୍ଡା ବାହାରେ ବସିରହି ଦୀର୍ଘ ସମୟ ଅପେକ୍ଷା କରିବାର ପରିଲକ୍ଷିତ ହୋଇଛି। ଏବେ ଗ୍ରୀଷ୍ମ ପ୍ରବାହ ବେଳକୁ ବେଳ ବଢ଼ିବାରେ ବୃଦ୍ଧି ଲାଗିରହିଛି । ଖଣ୍ଡପଡ଼ା ଉପ ଡାକଘରେ ଦେଖାଯାଉଥିବା ଅବ୍ୟବସ୍ଥା ପ୍ରତି ଡାକ ବିଭାଗର ଉଚ୍ଚକତୃପକ୍ଷ ଦୃଷ୍ଟି ଦେଇ ତ୍ଵରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସେହି ପରି ଖଣ୍ଡପଡ଼ା ଉପ ଡାକଘର ଖାଲି ପଡିଥିବା ପଦବୀ ଗୁଡିକୁ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ଖାଲି ସ୍ଥାନକୂପୂରଣକରିବାକୁ ଖଣ୍ଡପଡ଼ା ସହର ବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق