BREAKING
Loading...
:

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

 ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଖଣ୍ଡପଡ଼ା ୩୧,୩( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପି ଏମ ଶ୍ରୀ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପରେ ପ୍ରଥମ କରି ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଅନୁଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ , ମୂଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଧିକାରୀ କୈଳାସ ଚନ୍ଦ୍ର କର ଓ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ମହେଶ୍ୱର ନନ୍ଦ , ଖଳି ସାହି କ୍ଲଷ୍ଟର ସିଆରସି ପ୍ରଭାତ କୁମାର ସେଠୀ , ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁର ସଭାପତି କାଶି ନାଥ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ରୋଜାଲିନ ପରମ ଗୁରୁ , ବରିଷ୍ଠ ଶିକ୍ଷୟିତ୍ରୀ ଗିତାଞ୍ଜଳି ଖଟୁଆ ପ୍ରମୁଖ ଯୋଗଦାନ ଦେଇଥିଲେ। ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ ପୈାରହିତ କରି ଥିଲେ । ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଗାରିମା ସମ୍ପର୍କରେ ଅତିଥି ମାନେ ମତ କରିଥିଲେ। ଏଅବସର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS