ଲୋୟର ପିଏମଜି ଠାରେ ବିଶ୍ବହିନ୍ଦୁ ପରିଷଦର ବିଶାଳ ସମାବେଶ
ଭୁବନେଶ୍ୱର (ମଣିଭଦ୍ରା ଖବର) ଶୁକ୍ରବାର ଦିନ ୧୦ ଘଟିକା ସମୟ ରେ ଭୁବନେଶ୍ୱର ଲୋୟର ପିଏମ୍ ଜି ଛକ ରେ ଵିଶ୍ଵ ହିନ୍ଦୁ ପରିଷଦ ଡାକରା ରେ ସମଗ୍ର ଓଡ଼ିଶା ର ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ,ଗୋ ପ୍ରେମୀ, ସାଧାରଣ ଜନତା ଙ୍କୁ ନେଇ ମିଳିତ ଗୋ ରକ୍ଷା ମହାସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଦଫା ଦାବି ନେଇ ରାଜ ରାସ୍ତା ଆଜି ଜୟ ଶ୍ରୀ ରାମ,ଜୟ ଗୋ ମାତା ନାରା ରେ ପ୍ରକମ୍ପିତ ହୋଇ ଥିବା ବେଳେ ଗୋହତ୍ୟା ନିଷେଧାଦେଶ ଓ ଗୋ ସଂରକ୍ଷଣ ବିଲ୍ ୨୦୨୪ କୁ ଯଥା ଶୀଘ୍ର କାର୍ଯ୍ୟ କାରୀ ପାଇଁ ଦୃଢ ଦାବି ରଖିଛନ୍ତି।ଗୋ ମାତା କୁ ଦାନ ନୁହେଁ ସମ୍ମାନ ଦରକାର ବୋଲି ଚେତାବନୀ ଦେଇଛନ୍ତି ଯଦି ପ୍ରତିଶୃତି ପୂରଣ ନହୁଏ ତେବେ ଆଗମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବାର ସୂଚନା ମିଳୁଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق