BREAKING
Loading...
:

ଡ଼ଙ୍ଗରପଡାରେ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ଵନକ୍ଷତ୍ର ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

 ଡ଼ଙ୍ଗରପଡାରେ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ଵନକ୍ଷତ୍ର ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

ସମ୍ବଲପୁର (ମଣିଭଦ୍ରା ଖବର) ଚୈତ୍ର କୃଷ୍ଣପକ୍ଷ ଷଷ୍ଠୀ ଗୁରୁବାର ଠାରୁ ଆସନ୍ତା ୨୨ ତାରିଖ ଶନିବାର ପର୍ଯ୍ୟନ୍ତ  ଡଙ୍ଗରପଡାର ବ୍ରାହ୍ମଣପଡା ଓ କନ୍ଧପଡାରେ ନାମଯଜ୍ଞ ଆଜିଠୁ ଆରମ୍ଭ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ପୂର୍ତ୍ତି ଉପଲକ୍ଷେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଓ ଶ୍ରୀ ଶ୍ରୀ ଅଷ୍ଟପ୍ରହରୀ ମହାମନ୍ତ୍ର ନାମଯଜ୍ଞର ଆଜି ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଇଂ ସଂଜୀବ କୁମାର ପଣ୍ଡା ଓ ସଂଗୀତା ପଣ୍ଡା କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପଣ୍ଡିତ ଶାଶ୍ବତ କୁମାର ବଡ଼ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଗୁରୁବାର ଦିନ ଶୁଭ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନରେ ନାମାରମ୍ଭ ହୋଇଛି। ଶ୍ରୀମତୀ ମିନୁ ପ୍ରଧାନ ଓ ଅଶ୍ବିନୀ ପ୍ରଧାନ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ଶନିବାର ଦିବା ଘ.୧୧.୦୦ ପୁର୍ଣାହୁତି, ନଗରଭ୍ରମଣ ଓ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକାରୀ ସଭାପତି ତଥା ଡ଼ଙ୍ଗରପଡା ସରପଞ୍ଚ ଅୟଶକାନ୍ତ ବଡ଼ପଣ୍ଡା, ସାଧାରଣ ସଂପାଦକ ବିଶ୍ବଜିତ ମାଝୀ ପ୍ରମୁଖଙ୍କ ସହିତ   ନାମଯଜ୍ଞ କମିଟି ଏହାକୁ ପରିଚାଳନା କରୁଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS