*କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ:*
*ନିମନ୍ତ୍ରଣ ରକ୍ଷାକରି ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି :*
ଖଣ୍ଡପଡା: (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କ ଆଗାମୀ ଓଡ଼ିଶା ଗସ୍ତ ଅବସରରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଶ୍ରୀମତୀ ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହେବା ପରେ ଖଣ୍ଡପଡ଼ାର ଯୁବନେତା ତଥା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ସହ ନୀଳମାଧବଙ୍କ ସେବାୟତ ମନୋରଞ୍ଜନ ମିଶ୍ର ଓ ସ୍ଥାନୀୟ ବାସିନ୍ଦାମାନେ ମହାମହିମଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଆଦିବାସୀଙ୍କ ଆରାଧ୍ୟ ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିବା ନିମନ୍ତେ ରାଷ୍ଟ୍ରପତି ମହୋଦୟାଙ୍କୁ ବିନମ୍ରତାର ସହ ନିମନ୍ତ୍ରଣ କରିଥିଲେ । କଣ୍ଟିଲୋବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ଆଗାମୀ ଦିନରେ ମହାମହିମ ରାଷ୍ଟ୍ରପତି କଣ୍ଟିଲୋ ଗସ୍ତ ନେଇ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମ୍ବନ୍ଧୀୟ ଆଇନ କାନୁନ ବ୍ୟବସ୍ଥା, ଅସ୍ଥାୟୀ ରହଣି ଏବଂ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ପରିଚାଳନା କରିବା ପାଇଁ ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକାଙ୍କ ଦ୍ଵାରା ଏକ ସମିକ୍ଷାଗସ୍ତ ହୋଇଥିଲା। କଣ୍ଟିଲୋ ପଲଟନ ପଡିଆରେ ମହାମହିମଙ୍କ ହେଲିକପ୍ଟର ଅବତରଣ କରିବ । ଏହାପରେ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ଲାଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଧନଚେଙ୍ଗେଡା କାଳିଆପଲି ମଧ୍ୟ ଯିବାର ଯୋଜନା ରହିଅଛି।ଏହି ଅବସରରେ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଏବଂ ଖଣ୍ଡପଡ଼ାର ଯୁବନେତା ବାପିନା ସାହୁଙ୍କ ସମେତ ଅନ୍ୟ ପ୍ରମୁଖ ଯୁବନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଖଣ୍ତପଡା ବ୍ଳକ
إرسال تعليق