BREAKING
Loading...
:

ଭୂତଳ ଜଳ ସ୍ତର ‌ହାସ ପାଉଛି,ଜଳ କଷ୍ଟ ଭୋଗୁଛନ୍ତି ଅଂଚଳ ବାସୀ

 ଭୂତଳ ଜଳ ସ୍ତର ‌ହାସ ପାଉଛି,ଜଳ କଷ୍ଟ ଭୋଗୁଛନ୍ତି ଅଂଚଳ ବାସୀ।          

ଖଣ୍ଡପଡ଼ା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଏକ ପାହାଡିଆ ଜଳକ୍ଳିଷ୍ଟ ଅଂଚଳ ଭାବେ ପରିଗଣିତ ଖଣ୍ଡପଡ଼ା ବ୍ଲକ ଅଂଚଳର ବାସିନ୍ଦା ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ସମସ୍ୟା ର ସମୁଖୀନ ହୋଇଥାନ୍ତି। ଚଳିତ ବର୍ଷ ଗ୍ରୀଷ୍ମ ର ପ୍ରକୋପ ବେଳକୁ ଚେକ ବୁଦ୍ଧି ପାଇବାରେ ଲାଘିଥବା ବେଳେ ତାସହ ତାଳଦେଇ ଭୂତଳ ଜଳ ସ୍ତର ସମୟ ନୁ କ୍ରମେ ହ୍ରାସ ପାଇବାରେ ଲାଗିଛି ।ଖଣ୍ଡପଡ଼ା ଅଞ୍ଚଳ ଦେଇ ପ୍ରବାହିତ ମହାନଦୀ ଓ ତାର ଶାଖା କୁସୁମୀ, କୁଆଁରିଆ,ଆମ୍ବନାଳ, ଡାହୁକା,ଲୁନିଝରା, ସୁନାମୁହିଁ ନଦୀ ଗୁଡ଼ିକ ଶୁଖିଲା ପଡ଼ିଛି। ନଦୀ ପ୍ରାଶ୍ଵ ପଠାରେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ପରିବାର ଗୁଡିକ ଜଳ ଅଭାବରୁ ଚାଷବାସ କରି ନପାରି ସମସ୍ୟା ର ସମୁଖୀନ ହେଉଥିବା ଜଣାପଡ଼ିଛି । ସେହିପରି ଭୂତଳ ଜଳ ସ୍ତର ‌ହାସ ଯୋଗୁଁ ନଦୀ ପଠାରେ ଅବସ୍ଥିତ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଏକାଧିକ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିରହିଛି। ଖାଲି ସେତିକି ନୁହେଁ ଚିରସ୍ରୋତା ମହାନଦୀ ବର୍ଷ କୁ ବର୍ଷ ଶୁଖିଲା ପଡ଼ିରହୁଥିବାବେଳେ  ମହାନଦୀ ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଅଞ୍ଚଳ ବାସି  ଙ୍କୁ ପାନୀୟ ଜଳ ଯୋଗାଣ ନିମିନ୍ତେ  ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କର୍ମଚାରୀ ମାନେ ନାକେଦମ ହେବାକୁ ପଡୁଛି।

ପାନୀୟ ଜଳ ସମସ୍ୟା ର ସମାଧାନ ସହ ଚାଷ ଜମି ଗୁଡ଼ିକୁ ଜଳ ସେଚିତ କରିବା ଲକ୍ଷ୍ୟ ନେଇ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ଚେକ ଡ୍ୟାମ ଗୁଡ଼ିକ ଶୁଖିଲା ପଡ଼ିଥିବା ବେଳେ ଏ ବାବଦରେ ବେୟ ଅନୁଦାନ ଅର୍ଥ ପାଣିରେ ପଡ଼ିବ ସାର ହୋଇଛି। ଖଣ୍ଡପଡ଼ା ନିବଚ ମଣ୍ଡଲି ବାସୀଙ୍କ ଯୀବନ ରେଖା କୁହା ଯାଉଥିବା ଚିର ସ୍ରୋତ ମହାନଦୀ ଓ ତାର ପ୍ରମୁଖ ଶାଖା ନଦୀ ଗୁଡ଼ିକ ରେ  ବ୍ୟରେଜ୍ ନିର୍ମାଣ ନିମନ୍ତେ ଅଞ୍ଚଳ ବସି ଦିର୍ଘବର୍ଷ ଧରି ଫଳଘର ଶୂନ୍ୟ ବୋଲି ଜଣାପଡିଛି । ନଦୀ ରେ ବିର୍ଜ ନିର୍ମାଣ ହେଲେ ଜଳ ସର୍କିଟ ହୋଇ ରହି ବା ସହ ଭୂତ ରେ ଭୂତଳ ଜଳସ୍ତର ଆଉ ହ୍ରାସ ପାଇବା ନାହିଁ ବୋଲି ଜଣା ପଡ଼ିଛି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳ ର ଜନ ସାଧରଣଦାବି ଦାବି କରିଚନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 


Post a Comment

Previous Post Next Post
Header ADS