BREAKING
Loading...
:

ଦଶପଲ୍ଲା ବନାଂଚଳ ରେ ବନବିଭାଗ ର ଜଂଗଲ ରାଜ,ଲଗାଇଥିବା ଗଛକୁ କାଟିଦେଲେ ବନଖଣ୍ତ କାର୍ଯ୍ୟାଳୟର ଡ଼ିଇଓ,

 ଦଶପଲ୍ଲା ବନାଂଚଳ ରେ ବନବିଭାଗ ର ଜଂଗଲ ରାଜ୍ ।


★ ପଥଭ୍ରଷ୍ଟ ପଥପାର୍ଶ୍ବ ବନୀକରଣ 


★ ଲଗାଇଥିବା ଗଛକୁ କାଟିଦେଲେ ବନଖଣ୍ତ କାର୍ଯ୍ୟାଳୟର ଡ଼ିଇଓ


★ ରକ୍ଷକ ସାଜିଲା ଭକ୍ଷକ


ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ପ୍ରତିବର୍ଷ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନବିଭାଗ କୋଟି କୋଟି  ଟଙ୍କା ଖର୍ଚ୍ଚ କରୁଥିବା ବେଳେ ,ଲଗାଇଥିବା ଗଛକୁ କାଟିଦେଲେ ବନଖଣ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ାଟା ଏଣ୍ଟ୍ରି ଅପେରଟର୍ (ଡ଼ିଇଓ) ଗୀତାଦେଓ । ଦଶପଲ୍ଲା ବନାଞ୍ଚଳ ସଦର ସେକ୍ସନର ଖମାରସାହି ଠାରେ ହୋଇଥିବା ପଥପାର୍ଶ୍ବ ବନୀକରଣ କାର୍ଯ୍ୟରେ ଏଭଳି  ଘଟଣା ଦେଖିବାକୁ ମିଳିଛି। 

ଗତ ରବିବାର ଦିନ ନିଜେ ଡ଼ିଇଓ ଏସବୁ ଗଛ କାଟୁଥିବା ନେଇ ସ୍ଥାନୀୟ  ଅଧିବାସୀ ଫଟୋ ଉଠାଇବା ସହ ଅଭିଯାଗ ଆଣିଛନ୍ତି  । ୩ଟି ଆମ୍ବଗଛ ସହ ଗୋଟିଏ ଚାକୁଣ୍ତା ଗଛ କଟାଯାଇଥିବା ଅଭିେଯାଗ ହୋଉଛି। ତେବେ ସୂଚନା ଥାଉକି , ଏହି ବନୀକରଣ ୪/୫ ବର୍ଷ ଡ଼ଳେ ହୋଇଥିବା ବେଳେ ,ଗଛର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରାଯାଇଛି।  ଏ ସମ୍ପର୍କରେ ଡ଼ିଇଓ ଗୀତା ଦେଓଙ୍କୁ ପଚାରିବାରୁ ଏସବୁ ଗଛ ମୋ ଜମିରେ  ରହିଥିଲା। ଏସବୁ ପଥପାର୍ଶ୍ବ ବନୀକରଣ  ବୋଲି ମୁଁ ଜାଣିନି। ତେଣୁ ମୁଁ ନ ଜାଣି କାଟିଦେଇଥିବା  ସେ ସ୍ବୀକାର କରିଛନ୍ତି। ଚେବେ ଏଠି ପ୍ରଶ୍ନ ଉଠୁଛି , ପଣ୍ଡିତ ପୁଅ ମାଂକଡ ମାଇଲେ କତ ଦୋଷନାହିଁ ?

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS