ବଳଭଦ୍ରପୁରରେ ଶତାଧିକ ବିଜେଡି କର୍ମୀ ବିଜେପିରେ
ବାଙ୍କୀ (ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଂଚାୟତର ଶତାଧିକ ବ୍ୟକ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ନେତୃତ୍ୱରେ ଦଳରେ ଯୋଗଦାନ କରିଛନ୍ତି. ଏହି ଅବସରରେ ବଳଭଦ୍ରପୁର ଗ୍ରାମ ଶୈବ ପୀଠ ପରିସରରେ ଏକ ବିଜେପି ଦଳ ସଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା.କଳାପଥର ବିଜେପି ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇ ପଶ୍ଚିମବାଙ୍କିରେ ବିଜେଡିର ଗଡ଼ କୁହାଯାଯାଉଥିବା ବଳଭଦ୍ରପୁର ପଂଚାୟତର ଶତାଧିକ ଭୋଟର ବିଜେପି ଦଳରେ ମିଶିଥିଲେ. ସମ୍ମିଳନୀ ରେ ଆଇନଜୀବି ଦେବାଶିଷ ମାନସିଂ, ସମାଜସେବୀ ସରୋଜ ମତ୍ତଗଜସିଂହ,ସକ୍ରିୟ କର୍ମୀ ରବୀନ୍ଦ୍ର ସାହୁ,ମଣ୍ଡଳ ଜିଲ୍ଲା ପ୍ରତିନିଧି ଚନ୍ଦନ ମହାପାତ୍ର, ମୁଖ୍ୟ ସଂଯୋଜକ ପରମାନନ୍ଦ ସାହୁ, ଉପଦେଷ୍ଟା ଭାଗିରଥି ନିଶଙ୍କ, 34 ନଂ ଜୋନ ପୂର୍ବତନ ମଣ୍ଡଳ ସଭାପତି ସୁଶାନ୍ତ କୁମାର ଭଟ୍ଟ, ନାକୁଳାନନ୍ଦ ସାହୁ ଙ୍କ ସହଯୋଗ ରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମଣିଭଦ୍ରା ଖବର, ବାଙ୍କୀ
Post a Comment