BREAKING
Loading...
:

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଦୁଇଟି ଜିନମ ସମ୍ପାଦିତ ଧାନ କିସମ ର ଆନୁଷ୍ଠାନିକ ଭାବରେ ଘୋଷଣା

 କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଦୁଇଟି ଜିନମ ସମ୍ପାଦିତ ଧାନ କିସମ ର ଆନୁଷ୍ଠାନିକ ଭାବରେ ଘୋଷଣା



ଗଜପତି(ମନୋଜ  କୁମାର ପାଢୀ)

ଭାରତୀୟ  କୃଷି ଗବେଷଣା କେନ୍ଦ୍ର ପରିଷଦ  ସଫଳତାର ସହିତ ଦୁଇଟି ଜିନମ ସମ୍ପାଦିତ ଧାନ କିସମ ବିକଶିତ କରିଛି . ଏହା   ରବିବାର (୪ ମେ ୨୦୨୫ ) ନୂଆ ଦିଲ୍ହୀ ରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି I ଧାନ  ର ଦୁଇଟି ନୂଆ କିସମ ଦ୍ୱାରା  କୃଷକ ଙ୍କ ର   ଉନ୍ନତି ହେବା ସହିତ ପ୍ରଧାନ ମନ୍ତ୍ରୀ ଙ୍କ ବିକଶିତ ଭାରତର ସଂକଲ୍ପ ପୁର୍ଣ ହୋଇ ପାରିବ ବୋଲି କୃଷି ମନ୍ତ୍ରୀ ଉଦବୋଧନ ଦେଇ ଥିଲେI 

ପ୍ରଥମ କିସମ  ହେଉଛି DRR DHAN 100  Kamala I  ଏହା ଏକ ଉଚ୍ଚ ଅମଳ କ୍ଷମ ସବୁଜ ଧାନ  ସାମ୍ବ ଧାନ କିସମ  ରୁ ବିକଶିତ କରାଯାଇଥିଲା. ଏହା ମୂଳ କିସମ ଅପେକ୍ଷା ୨୫% ଅଧିକ ଅମଳ  ଦେଇ ପାରିବ.i   ଏଥି ସହିତ ତାପମାତ୍ରା  ବୃଦ୍ଧି କୁ ମଧ୍ୟ ସହି ପାରିବ I  ଏହି କିସମ କୁ ସିଧା ସଳଖ ବିହନ ପଦ୍ଧତିର ମଧ୍ୟ ଚାଷ କର ଯାଇ ପାରିବ  i 

ଦୁତୀୟ  କିସମ  ହେଉଛି MTU 1010 ଯାହାକୁ  ସାରା ଦେଶର ଚାଷୀ ମାନେ ବହୁଳ ଭାବରେ ବ୍ୟବହାର  କରନ୍ତି i  ଏହା  ଏକ ଲବଣ ତାପ ସହନଶୀଳ କିସମ I ଏହା ମୂଳ କିସମ ଅପେକ୍ଷା ୯.୬୬ %  ଅଧିକ ଅମଳ  ଦେଇ ପାରିବ ଏହି କାର୍ଯ୍ୟକ୍ରମ ର  ସିଧା ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଆୟୋଜନ କରାଯାଇଥିଲା . ଏହାକୁ ଜିଲ୍ଲା ର ପ୍ରାୟ ୧୦୦ ଜଣ ଚାଷୀ ଦେଖି ଥିଲେ. କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ତିତ ରହି   କାର୍ଯ୍ୟକ୍ରମ ଟିକୁ  ସଫଳତା ର ସହିତ ସମ୍ପାଦିତ କରିଥିଲେ ।

ମଣିଭଦ୍ରା ଖବର,ଗଜପତି

Post a Comment

Previous Post Next Post
Header ADS