BREAKING
Loading...
:

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ବାଙ୍କୀ,(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କାଳୀପୋଇ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି. ଏହି ଅବସରରେ ଏଜ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା. ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁ ଚରଣ ସିଂହଙ୍କ ସଭାପତିତ୍ୱରେ ବାଙ୍କୀ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ସଂଗ୍ରାମ କେଶରୀ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଓଷ୍ଟା ସମ୍ପାଦକ ବିଜୟ କୁମାର ଛତ୍ର ଉପସ୍ଥିତ ରହି ବିଦ୍ୟାଳୟ ଆରମ୍ଭରୁ ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ସାହୁ କାଳିପୋଇ ପଂଚାୟତ ଉଚ୍ଚ ବିଦ୍ୟାଳୟକୁ ସୁଚାର ରୂପେ ପରିଚାଳନାକରି ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉପରେ ଭୁରି ଭୁରି ପ୍ରଶଂସା କରିଥିଲେ. ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓଷ୍ଟା ସଭାପତି ତ୍ରିଲୋଚନ ଜେନା, ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଜଗନ୍ନାଥପୁର ସାଧବସମାଜ ନିକେଦନର ପୂର୍ବତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଶିକ୍ଷାବିତ ପୀତବାସ ପଟ୍ଟନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି, କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ସାହୁ, ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି କଳିଙ୍ଗ କେଶରୀ ପ୍ରଧାନ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ. ବରିଷ୍ଠ ଶିକ୍ଷକ ମିହିର କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ବିଦ୍ୟାଳୟ ସମ୍ବର୍ଦ୍ଧରେ ସୂଚନା ପ୍ରଦାନ କରିଥିଲେ. ପରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ଉପଢ଼ୋକନ, ମାନପତ୍ର ଓ ପୁଷ୍ପଗୁଛ ସହ ଉପହାର ପ୍ରଦାନ କରି ଶୋଭାଯାତ୍ରାରେ ତାଙ୍କ ଜନ୍ମ ସ୍ଥାନ କଳାପଥର ଗ୍ରାମ ଘରେ ଶତାଧିକ ଅଭିଭାବକ ଛାତ୍ର ଛାତ୍ରୀ ଏବଂ ଅତିଥି ମାନେ ପହଁଞ୍ଚି ବିଦାୟୀ  ଦେଇ ଆସିଥିଲେ.ପ୍ରାରମ୍ଭରେ ସମାଜସେବୀ କାହ୍ନୁ ଚରଣ ସିଂହ ସ୍ୱାଗତ ଭାଷଣ ସହ ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ.ଶେଷରେ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS