ରାସ୍ତା ଘାଟରେ ପଡି ରହୁଛି କୁଢ଼ କୁଢ଼ ଅଳିଆ,ଖତ ଗାଡ ନିର୍ମାଣ ଦାବି
ଗଣିଆ (ବ୍ୟୁରୋ ) ଗଣିଆ ପଞ୍ଚାୟତ ହେଡକ୍ୱାଟର୍ସକୁ ଲାଗି ଗଣିଆ ବଜାର,ଗଣିଆ ହାଟ ଆଦି ରହିଛି । ଏଠାରେ ବ୍ୟବସାୟ କରିବାକୁ ଆସୁଥିବା ବ୍ୟବସାୟୀ ମାନେ ନିଜ ଦୋକାନର ଅଳିଆ ଠାରୁ ଆରମ୍ଭ କରି ଗଣିଆ ହାଟକୁ ଆସୁଥିବା ବ୍ୟବସାୟୀ ମାନେ ପଚାସଢା ପରିବା, କଦଳୀ ବାହୁଙ୍ଗା,ପିଆଜ ଚୋପା ଏଣେତେଣେ ଫିଙ୍ଗୁଛନ୍ତି । ସେଠାରେ ଅଳିଆ ଆବର୍ଜ୍ଜନା ପଚି ଯାଇ ପୂତ୍ତଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଅଳିଆ ଗଦା ହୋଇ ରହିବା ଫଳରେ ମଶା,ମାଛିଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ରାସ୍ତା ଘାଟରେ ମଧ୍ୟ ଅଳିଆ ଉଡ଼ି ପଡି ରହୁଛି । ବିଗତ ଦିନରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ଗଣିଆ ହାଟ ପଡିଆ ପରିସରରେ ଜୈବିକ ଖତ ଗାଡ ନିର୍ମାଣ କରାଯାଇଥିଲା । କାଳକ୍ରମେ ତାହା ଭାଙ୍ଗିରୁଜି ମାଟିରେ ମିଶି ଯାଇଛି । ଖତଗାଡ ନଥିବା ଫଳରେ ଲୋକେ ଅଳିଆ ଆବର୍ଜନା ଏଣେତେଣେ ଫିଙ୍ଗୁଛନ୍ତି । ଯାହା ଫଳରେ ଗଣିଆର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ପଡି ରହିଛି । ତେବେ ଗଣିଆରେ ଗୋଟିଏ ଖତଗାଡ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ
Post a Comment