BREAKING
Loading...
:

ଗଣିଆରେ ଚାରିଦୋଳ ଯାତ୍ରା ଧୁମଧାମରେ ପାଳିତ

 ଗଣିଆରେ ଚାରିଦୋଳ ଯାତ୍ରା ଧୁମଧାମରେ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବଜାର ହାଟପଡିଆରେ ଚାରିଦୋଳ ମେଳଣ ଧୁମଧାମରେ ପାଳିତ ହୋଇଯାଇଛି । ମେଳଣର ସ୍ଥାନାଧିପତି ଗ୍ରାମର ଲିଙ୍ଗରାଜ ଦେବଙ୍କ ନିମନ୍ତ୍ରଣ କ୍ରମେ ସ୍ଥାନୀୟ ଗୋପିନାଥ ଦେବ, ରଘୁନାଥ ଜୀଉ, ଜଗନ୍ନାଥ ଜୀଉ ଏବଂ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ରାଉତପଡାସ୍ଥିତ ଭୋଳେଶ୍ବର ମହାଦେବଙ୍କୁ ସୁସଜ୍ଜିତ ବିମାନରେ ମଙ୍ଗଳବାର ସନ୍ଧ୍ୟାରେ ମେଳଣ ପଡିଆକୁ ନିଆଯାଇଥିଲା । ଆତସବାଜି ସାଙ୍ଗକୁ ବିରାଟ ପଟୁଆରରେ ଗୋପାଳ ସମାଜର ଲଉଡିଖେଳ ଓ ଡିଜେ ଶଦ୍ଦର ତାଳେ ତାଳେ ସହସ୍ରାଧିକ ଝୁମି ଯାଇଥିଲେ । 

ଗ୍ରାମର ଗୋପିନାଥ ଜୀଉଙ୍କ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ମେଳଣ ପଡ଼ିଆରେ ପହଞ୍ଚି ଥିଲା । ପରସ୍ପର ସହିତ ଫଗୁଖେଳି ଫଗୁ ରଙ୍ଗରେ ରଙ୍ଗୀନ ହୋଇଯାଇଥିଲେ । ଦୋଳବେଦୀ ଉପରେ ସବୁ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।  ଚାରିଦୋଳ ଯାତ୍ରା ଗଣିଆ ପଞ୍ଚାୟତର ଏକ ସ୍ବତନ୍ତ୍ର ମେଳଣ ହୋଇଥିବାରୁ ସରପଞ୍ଚ ଗିରିଧାରୀ ସେଠୀ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଓ୍ବାର୍ଡ ସଭ୍ୟ କଲ୍ଲିମୁଦ୍ଦିନ ଖାଁ,ସଶ୍ମିତା ମିଶ୍ର , ସନ୍ତୋଷ କୁମାର ନାୟକ, ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ,ଗଣିଆ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ତଥା ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ କଳା ପରିଷଦର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ରାତିରେ ରାମନାଟକ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS