BREAKING
Loading...
:

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

 ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଉଦ୍ୟାନ ଓ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୃଷି ବିଭାଗ ଓ ଉଦ୍ୟାନ ବିଭାଗ ମାଧ୍ୟମରେ ଚାଷୀ ତଥା ଦେଶ ର ଜନସାଧାରଣ ଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ବର୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଅସ୍ୱାଭାବିକ ଭାବେ ପରିବର୍ତନ ଘଟୁଛି। ଏଥିପାଇଁ ଚାଷୀକୁଳ ପ୍ରଭାବିତ ହେବା ସ୍ୱାଭାବିକ। ରବି ଫସଲ ସହିତ ଫୁଲ ଚାଷ, ପନିପରିବା ଚାଷ,ଛତୁ ଚାଷ ଆଦି ବିଭିନ୍ନ ପ୍ରକାର ର ଚାଷ ଉପରେ ଖରାପ ପ୍ରଭାବ ପଡ଼ିଲାଣି। ତେବେ ଏଥିପାଇଁ ସରକାର ବିଭିନ୍ନ ପ୍ରକାର ର ସଚେତନତା କାର୍ଯ୍ୟକ୍ରମ କରି ଜନସାଧାରଣ ଙ୍କୁ ଅବଗତ କରାଉଛନ୍ତି। ରାସାୟନିକ ସାର ବ୍ୟବହାର କେତେ କ୍ଷତି କାରକ ଓ ଜୈବିକ ସାର ମାଟି ପାଇଁ ଓ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ସେ ବିଷୟରେ ମଧ୍ୟ ଲୋକମାନଙ୍କୁ ଜଣାଉଛନ୍ତି। ତେବେ ନିଜେ କିପରି ଫୁଲ ଚାଷ କରି ସ୍ୱାବଲମ୍ବୀ କରିବା ଆଦି କାର୍ଯ୍ୟ ଫୁଲ ମିଶନ ମାଧ୍ୟମରେ ଓ ପନିପରିବା, ଫଳ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଆଦି କାର୍ଯ୍ୟକ୍ରମ ଉଦ୍ୟାନକୃଷି ମିଶନ ମାଧ୍ୟମରେ ସରକାର ଲୋକମାନଙ୍କୁ ପ୍ରଶିକ୍ଷଣ ତଥା ସହାୟତା ମାନ ଦେଉଛନ୍ତି। ଏ ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ମାଧ୍ୟମରେ ଦଶପଲ୍ଲା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ କନ୍ଧମାଳ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଗୋଷ୍ଠୀ କୃଷି ଅଧିକାରୀ ଶୁଭ ଦର୍ଶିନୀ ବେହେରା, ଦଶପଲ୍ଲା ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ଅନୁରାଗ ଦାସ ମହାପାତ୍ର, ଅଗ୍ରଣୀ ଛତୁ ଚାଷୀ ବିଘ୍ନେଶ ମହାରଣା ଉପସ୍ଥିତ ଥିବା ବେଳେ ଶତାଧିକ ମହିଳା ଓ ପୁରୁଷ ଚାଷୀ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ସାଂସଦ ଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଚାଷକୁ ଗୁରୁତ୍ଵ ଦେବା ସହ ଜଙ୍ଗଲକୁ ସୁରକ୍ଷାରେ ରଖିବା, ନିଆଁ ନ ଲାଗିବା ଆଦି ପରିବେଶ ସୁରକ୍ଷା ନିମନ୍ତେ ଆଲୋଚନା କରିଥିଲେ।ତେବେ ସରକାର ଙ୍କ ସହାୟତା କେତେ ଦୂର ସାଫଲ୍ୟମଣ୍ଡିତ ହେଉଛି ନା କେବଳ ସଭା ସମିତି ତଥା କାଗଜ ପତ୍ରରେ ସବୁ କାର୍ଯ୍ୟ ସମାପନ ହେଉଛି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS