ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା କୁ ବିଶ୍ବ ସ୍ତରୀୟ କରିବାକୁ ଦାବି କଲେ ବିଧାୟକ ।
ଦଶପଲ୍ଠା : - ( ଶିବାନୀ ଦୀପାଞ୍ଜଳୀ) ୧୮୦୨ ମସିହାରୁ ଚାଲି ଆସୁଥିବା ଦଶପଲ୍ଲାର ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ିଯାତ୍ରା ଚଳିତ ବର୍ଷ ୨୨୩ ବର୍ଷରେ ପଦାର୍ପଣ କରିଛି । ଆଗାମୀ ତା ୬/୪/୨୦୨୫ ରିଖ ପବିତ୍ର ଶ୍ରୀରାମ ନବମୀ ଠାରୁ ୨୩/୦୪/୨୫ ରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବହୁ ପୁରାତନ,ଐତିହାସିକ ଲଙ୍କାପୋଡି ଯାତ୍ରା ଦୀର୍ଘ ୧୮ ଦିନ ଧରି ଋଲୁ ରହିବ । ସରକାରୀ ସ୍ତରରେ ଏହାକୁ ଅଧିକ ସରସ ସୁନ୍ଦର କରିବା ସକାଶେ ଅଧୂକ ଅନୁଦାନ ରାଶି ପଦାନ ପାଇଁ ଦଶପଲ୍ଲା ଯୁବ ଦିଧାୟକ ତଥା ବି ଜେ ଡି ର ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ଚଳିତ ଏ ସମ୍ପର୍କରେ ବିଧାନସଭାରେ ଦାବି ଉପସ୍ଥାପନା କରିଛନ୍ତି । ଚଳିତ ବର୍ଷ ଠାରୁ ଲଙ୍କାପୋଡ଼ି ଯାତ୍ରାକୁ କିପରି ସରସ ସୁନ୍ଦର ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଯାଇପାରିବ , ସେଥିପାଇଁ ଆର୍ଥିକ ଅନୁଦାନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ, ବିଧାନସଭାରେ ଦାବି କରିଥିଲେ । ଏହାର ଉତ୍ତରରେ ବି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ କହିଥିଲେ ,୧୮୦୨ ମସିହା ରୁ ଆରମ୍ଭ ହୋଇଥିବା ଲଙ୍କାପୋଡି ଯାତ୍ରା ଓଡ଼ିଶାର ବହୁ ପୁରାତନ ଓ ପ୍ରାଚୀନ ଲୋକ ମହୋତ୍ସବ, ତେଣୁ ଦଶପଲ୍ଲା ବିଧାୟକ ଓ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଆଲୋଚନା କରାଯାଇ , ଧନୁଯାତ୍ରା, ବାଲି ଯାତ୍ରା,ଠାକୁରାଣୀ ଯାତ୍ରା ,ମକର ଯାତ୍ରା ମାଘମେଳା ପର୍ଯ୍ୟନ୍ତ ଯାତ୍ରା ଓ ଲୋକ ମହୋତ୍ସବ ଗୁଡ଼ିକର ସଂରକ୍ଷଣ, ସୁରକ୍ଷା, ସହିତ ବିଶ୍ଵ ଦରବାରରେ ଠିକ୍ ଭାବରେ ଉପସ୍ଥାପନା କରିବା ଆମର କର୍ତ୍ତବ୍ୟ, ଶେଷରେ ସେ କହିଲେ କି ୨୨୩ ବର୍ଷର ପୁରାତନ ଦଶପଲ୍ଲା ଲଂକାପୋଡି ଲୋକମହୋତ୍ସବକୁ ସରସ ସୁନ୍ଦର ଭାବରେ ପରିପ୍ପଳନା କରିବା ପାଇଁ ଆମ ବିଭାଗ ସଚେତନ ରହିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଉତ୍ତର ରଖିଥୁଲେ ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق