ଭୁଲ୍ ହୋଇଗଲା ଆଇଆଇଟି ବାବାଙ୍କ ଗଣନା । ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ । ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା । ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ ବହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନ୍ସ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ ।*
*କୋହଲିଙ୍କୁ ଚାଲେଞ୍ଜ କରିବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟା ହୋଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଯାହାପରେ ବାବାକୁ ଟ୍ରୋଲ ହେବାକୁ ପଡ଼ିଛି ।
ମଣିଭଦ୍ରା ଖବର, କଟକ
Post a Comment