ମହାଶିବ ରାତ୍ରୀ ପାଇଁ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି
ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ସମସ୍ତ ଶୈବପୀଠ ରେ ଜାଗର ଅମାବାସ୍ୟା ଆସନ୍ତା ୨୬ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ରୃ ଖଣ୍ଡପଡ଼ା ବ୍ଲକ ଅଧିନ ରେ ଥିବା ସମସ୍ତ ଶୈବପୀଠ ମନ୍ଦିର ଗୁଡ଼ିକ ଚଳ ଚଞ୍ଚଳ ହୋଇଉଠିଛି। ଖଣ୍ଡପଡ଼ା ସହର ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ଶ୍ରୀ ବାଲୁଙ୍କେଶ୍ବର, ବନ୍ଧ ବିମଳେଶ୍ଵର ଦେବ , ଲୋକନାଥ ଦେବଙ୍କ ପୀଠରେ ଜାଗରଯାତ୍ରା ନିମନ୍ତେ ମନ୍ଦିର କମିଟି ପକ୍ଷରୁ ସମସ୍ତ କର୍ମକର୍ତା ମାନେ ଏକତ୍ରିତ ହୋଇଥିଲେ । ମନ୍ଦିର ପରିସର କୁ ଆଲୋକମାଳାରେ ସଜାଯାଇଛି ବିଭିନ୍ନ କଲର୍ ତୋରଣରେ ସୁସଜ୍ଜିତ କରି ଗ୍ରାମଦେବାଦେବି ଙ୍କୁ ସାଜସଜାରେ ଗ୍ରାମ ଓ ସହରରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳୁଛି। ଶୈବ ପିଠିରେ ସହସ୍ରାଧିକ ଜନସମାଗମ କୁ ଦୃଷ୍ଟି ରେ ରଖି ଉତ୍ସବ ରେ କୈାଣସି କ୍ଷୟକ୍ଷତି ନହେବା ପାଇଁ ସମସ୍ତ କର୍ମକର୍ତା ମାନେ ଏକତ୍ରିତ ହୋଇକାର୍ଯ୍ୟ କରୁଛନ୍ତି। ଏଥିପ୍ରତି ମନ୍ଦିର ଗୁଡ଼ିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଛି , ଉଜ୍ବଳ ଆଲୋକ କରଣ, ପାନୀୟ ଜଳ ଯୋଗାଣ ର ବେବସ୍ଥା କରାଯାଇଛି । ପ୍ରତ୍ୟେକ ଶୈବପୀଠ ଗୁଡ଼ିକ ରାତ୍ର ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ଧାର୍ଯ୍ୟ ହୋଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment