BREAKING
Loading...
:

ମନ୍ଦିର କମିଟି ତରଫରୁ ଦଶପଲ୍ଲା ରାଜା ସାହେବଙ୍କୁ ନିମନ୍ତ୍ରଣ

 ମନ୍ଦିର କମିଟି ତରଫରୁ ଦଶପଲ୍ଲା ରାଜା ସାହେବଙ୍କୁ ନିମନ୍ତ୍ରଣ 


ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବେଲପଡାପାଟଣା ଦଧିବାମନ ଜୀଉ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ,ବିଗ୍ରହଙ୍କ ମନ୍ଦିର ପ୍ରବେଶ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଦଶପଲ୍ଲା ରାଜାଙ୍କ କରକମଳରେ ବୁଧବାର ଦିନ ଅନୁଷ୍ଠିତ ହେବ । ଏଥିପାଇଁ ଶନିବାର ମନ୍ଦିର ପରିଚାଳନା କମିଟିର ଏକ ପ୍ରତିନିଧି ମଣ୍ଡଳୀ ଦଶପଲ୍ଲା ରାଜାସାହେବ ଦିଗବିଜୟ ଚନ୍ଦ୍ର ଦେଓଭଞ୍ଜଙ୍କୁ ଭେଟି ବରଣି କରିଥିଲେ । 



ରବିବାର ୧ ଘଟିକା ସମୟରେ ରାଜାସାହେବ ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ପ୍ରତ୍ୟେକ ଦିନ ଦ୍ବିପହରରେ ଏବଂ ସନ୍ଧ୍ୟାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି । ଭକ୍ତମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ବିଭୁକୃପା ଲାଭ କରିବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି । 


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS