ବାଙ୍କୀ ରଜ ମହୋତ୍ସବ ଶେଷ ସନ୍ଧ୍ୟା , ବାଙ୍କୀ ର ଇତିହାସ , ରାଣୀ ଶୁକଦେଇ , ବାଙ୍କୀ ମାଟିର ବାଗ୍ମୀ , ସଂଗ୍ରାମୀ ଓ ବାଙ୍କୀ ର ବିଭିନ୍ନ ଗଡ ସମ୍ପର୍କରେ ଆଲୋକ ପାତ କରିଥିଲେ ମୁଖ୍ୟ ଅତିଥି ସାରଦା ପ୍ରଧାନ।
ବାଙ୍କୀ ,୧୮/୬(ମାନସ ରଞ୍ଜନ ସାହୁ ): ସ୍ଥାନୀୟ କଚେରୀ ପଡିଆରେ ବାଙ୍କୀ ରଜ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ , ମୁଖ୍ୟ ବକ୍ତା ଭାବେ ସିନେ ତାରକା ଅରିନ୍ଦମ ରାୟ , ବାଙ୍କୀ ଭାଜପା ବିଧାୟକ ପ୍ରାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ , ଆଠଗଡ଼ ଭାଜପା ବିଧାୟକ ପ୍ରାର୍ଥୀ ଅଭୟ ବାରିକ , ବାଙ୍କୀ ବ୍ଲକ ସାଂସଦ ପ୍ରତିନିଧି ଜୟନ୍ତ କୁମାର ବେଉରା , ଡମପଡା ବ୍ଲକ ସାଂସଦ ପ୍ରତିନିଧି ସରୋଜ କୁମାର ମତ୍ତଗଜ ସିଂ , ଏନ୍ ଏ ସି ଉପ ନଗର ପାଳ , ଏନ୍ ଏ ସି ସାଂସଦ ପ୍ରତିନିଧି ସରୋଜ କୁମାର ସାମନ୍ତରାୟ , ଏନ୍ ଏ ସି ମଣ୍ଡଳ ସଭାପତି ସଞ୍ଜୟ କୁମାର ରଣା , ଶିକ୍ଷାବିତ୍ ନିରଞ୍ଜନ ଉପାଧ୍ୟାୟ , ସମାଜସେବୀ ଟଙ୍କଧର ବେହେରା , ମହୋତ୍ସବ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ସୁବାଷ ଚନ୍ଦ୍ର ମିଶ୍ର , ଉପଦେଷ୍ଟା ଦୀପକ ବେହେରା , ଶ୍ରୀକୃଷ୍ଣ ବେହେରା , ସହ ସମ୍ପାଦକ ବାପି ସାମଲ , ସାଧାରଣ ସମ୍ପାଦକ ଶ୍ରୀନିବାସ ବେହେରା , ପ୍ରମୋଦ କୁମାର ସାମଲ , ପଠାଣି ବେହେରା , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ବିଶିଷ୍ଟ ଶିକ୍ଷାବିତ ସଚ୍ଚିଦାନନ୍ଦ ସାମଲ ଅତିଥି ପରିଚୟ ପ୍ରଦାନ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ଭର୍ଧିତ କରାଯାଇଥିଲା । ଏହି ରଜ ମହୋତ୍ସବ ରେ ଯୋଗଦେଇ ବେଶ୍ ଆନନ୍ଦିତ ହେବା ସହ ଭାଇଚାରା ଓ ଭଲପାଇବା ଦେବାର ଅଞ୍ଚଳ ହେଉଛି ବାଙ୍କୀ , ପୁରାତନ ରଜ ପର୍ବ ଆଜି ମହୋତ୍ସବ ରେ ପରିଣତ ହୋଇଛି । ବାଙ୍କୀ ରେ କୁଆଁରି ମାନଙ୍କ କୁମାର ପୂର୍ଣ୍ଣିମା ଉତ୍ସବ ଯେଉଁ ଭଳି ପାଳନ କରାଯାଉଛି ସେହିଭଳି ରଜ ମହୋତ୍ସବ ପାଳନ ହେବାଦ୍ବାରା ଅଞ୍ଚଳ ତଥା ବିଭିନ୍ନ ଅଞ୍ଚଳର ଲୋକ ମାନେ ଆସି ଆନନ୍ଦିତ ଲାଭ କରୁଛନ୍ତି ବୋଲି ମୁଖ୍ୟ ବକ୍ତା ସିନେତାରକା ଅରିନ୍ଦମ । ବାଙ୍କୀ ର ଐତିହାସିକ ଏବଂ ବାଙ୍କୀ ର ବିଭିନ୍ନ ଗଡ ଓ ବାଙ୍କୀ ରାଣୀ ଶୁକଦେଇ , ଡ. ଯୋଗେଶ ଚନ୍ଦ୍ର ରାଉତ ଙ୍କ ଠାରୁ ଆରମ୍ଭ କରି ମା ମାଟି ପାଇଁ ଲଢେଇ ସଂଗ୍ରାମୀ , ବାଗ୍ମୀ ବ୍ୟକ୍ତି ଙ୍କ ବାଙ୍କୀ ମାଟି ସହିତ ଓଡିଶା ପାଇଁ ଅବଦାନ ବ୍ୟକ୍ତି ମାନଙ୍କ ଉପରେ ଆଲୋକପାତ କରିଥିଲେ ଏବଂ କୃଷି ଅଞ୍ଚଳ ଭାବେ ପରିଚୟ ସୃଷ୍ଟି କରି ରାଜ୍ୟର କୋଣ ଅନୁକୋଣ କୁ ପରିବା ଯୋଗାଇଥାଏ ବୋଲି ବାକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ସାରଦା ପ୍ରଧାନ । କୁଆଁରୀ ଓ ମହିଳା ମାନଙ୍କ ଏହି ରଜ ମହୋତ୍ସବ ପୂର୍ବ ସମୟରେ ଘରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ପୀଠ ପଣା କରି ଓ ନିଜ ଗାଁ ରେ ଦୋଳି , ପୂଚି , ଦୌଡ଼ି ଡିଆଁ ଆଦି ବିଭିନ୍ନ ପ୍ରକାର ଖେଳ ରେ ପାଳନ କରାଯାଇ ସୀମିତ ମଧ୍ୟରେ ଥିବା ବେଳେ ଆଜିର ଦିନରେ ଏହି ରଜ ପର୍ବ ମହୋତ୍ସବ ରେ ପରିଣତ ହୋଇଛି । ଫଳରେ ସେହି ପୁରୁଣା ସୀମିତ ରୀତିନୀତି କାର୍ଯ୍ୟକ୍ରମ ଆଜି ସମାଜରେ ପରିପ୍ରକାଶ ହେବା ସହିତ ଗ୍ରାମାଞ୍ଚଳ ର ପିଢ଼ି କୁନି କୁନି କଳାକାର ମାନେ ନିଜର ବିଭିନ୍ନ ପ୍ରକାର କଳା କୁ ପରିବେଷଣ କରିବାରେ ସାମର୍ଥ୍ୟ ଅର୍ଜନ ଓ ଲୋକାଦୃତ କରିବାରେ ସଫଳ ହୋଇପାରିଛନ୍ତି । ବାଙ୍କୀ ମହୋତ୍ସବ ଭଳି ବାଙ୍କୀ ରଜ ମହୋତ୍ସବ ବର୍ଷକୁ ବର୍ଷ ଉନ୍ନତୀ କରଣ ଓ ପାରମ୍ପରିକ ରୀତିନୀତି କୁ ନେଇ କିପରି ଆଗକୁ ଅଧିକ ସରସ ସୁନ୍ଦର ହୋଇପାରିବ ସେଥିପାଇଁ ବାଙ୍କୀ ର ପ୍ରତ୍ୟେକ ସୁଯୋଗ୍ୟ ସନ୍ତାନ ମାନଙ୍କ ସହଯୋଗ ର ଆବଶ୍ୟକତା ରହିଛି । ବାଙ୍କୀ ର ବିଭିନ୍ନ ଗ୍ରାମାଞ୍ଚଳ ର ଲୁକ୍କାୟିତ କଳାକାର ମାନେ ନିଜର କଳା କୁ ଅତି ନିଖୁଣ ଭାବେ ପରିବେଷଣ କରିବାରେ ସାମର୍ଥ୍ୟ ଅର୍ଜନ କରିଥିବା ବେଳେ ନୃତ୍ୟରେ ଦର୍ଶକ ମାନେ ବିଭୋର ହୋଇ ନାଚି ଉଠିଥିଲେ । ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋକାନ ବଜାର ଗଢ଼ିଉଠିଥିବା ରେ ବେଳେ ବିଭିନ୍ନ ପ୍ରକାର ଦୋଳି ଖେଳି ଭରପୁର ମଜା ଉଠାଇଥିଲେ । ଏହି ଅବସରରେ ବାଙ୍କୀ ର ପ୍ରତିଷ୍ଠିତ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧି ଜ୍ଞାନେନ୍ଦ୍ର ମୋହନ ମିଶ୍ର , ଶୁଭେନ୍ଦୁ ମହାପାତ୍ର , ସମରେନ୍ଦ୍ର ମହାପାତ୍ର , ବିଭୁ ପ୍ରସାଦ ସାମଲ ଙ୍କ ସମତେ ବହୁ ସାମ୍ବାଦିକ ମାନଙ୍କୁ ସ୍ଵତନ୍ତ୍ର ଭାବେ ସମ୍ଭର୍ଧିତ କରାଯାଇଥିଲା । ଏହି ଅବସରରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ମଣିଭଦ୍ରା ଖବର, ବାଙ୍କୀ


Post a Comment