BREAKING
Loading...
:

ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ୨ୟ କ୍ଵାଲିଫାଏ ମ୍ୟାଚ୍ ରେ ଡି.କେ.ଟି ଡାଇନାମୋସ୍ ଦଳ ବିଜୟୀ

 ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ୨ୟ କ୍ଵାଲିଫାଏ ମ୍ୟାଚ୍ ରେ ଡି.କେ.ଟି ଡାଇନାମୋସ୍ ଦଳ ବିଜୟୀ



ଦଶପଲ୍ଲା ୧୮/୦୬ :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ୟଖଣ୍ଡ ଠାରେ ରେଡ଼୍ ଷ୍ଟାର କ୍ରିକେଟ୍ କ୍ଲବ ଦ୍ୱାରା ଆୟୋଜିତ ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ସିଜିନ୍ - ୯ ଚତୁର୍ଦ୍ଦଶ ଦିବସର ୨ୟ କ୍ୱାଲିଫାଏ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ଡି.କେ.ଟି ଡାଇନାମୋସ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୯ ଗୋଟି ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଦିବ୍ୟାଶୁଂ ରାଇଜିଙ୍ଗ୍ ଇଲେଭେନ୍ ୧୧ ଦଳ ୧୨ ଓଭରରେ ମୂଲ୍ୟବାନ୍ ୦୮ ଗୋଟି ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ଡି.କେ.ଟି ଡାଇନାମୋସ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଦୀପ୍ତିରଞ୍ଜନ ମଳିକ ୨୧ ବଲରେ ଧୂଆଁଧାର ୪୦ ରନ୍ ସଂଗ୍ରହ କରିଥିଲେ। 


ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ କମିଟି ର ଶ୍ରୀକାନ୍ତ କୁମାର ଦଳେଇ, ଅଜୟ ବାରିକି, ଜ୍ଞାନରଞ୍ଜନ ଦାଶ, ଦେବ ପ୍ରଧାନ, ସୁଶାନ୍ତ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ନାୟକ, ବାବୁ ପ୍ରଧାନ, ଆଲୋକ ବେହେରା, ଶିବପ୍ରସାଦ ପଟ୍ଟନାୟକ, ଦିପୁ ମଳିକ, ବାବୁନି ବାରିକ, ଅରୁଣ କୁମାର ପ୍ରଧାନ, ବିଟନ୍ ଦଳେଇ, ବିଶ୍ୱନାଥ ପରିଡ଼ା ଓ ଦୁର୍ଯ୍ୟୋଧନ ବାରିକ ପ୍ରମୁଖ ଏମ୍.ପି.ଏଲ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।


ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS