ପ୍ରବାସୀ ଭାରତୀୟ ଉତ୍ସବ ରେ କଣ୍ଟିଲୋ କଂସା ପିତଳ ପ୍ରଦର୍ଶନୀର ପ୍ରଶଂସା
ଖଣ୍ଡପଡା12.01(ପୂର୍ଣ୍ଣଚନ୍ଦ୍ର ମହାପାତ୍ର ) ପ୍ରବାସୀ ଭାରତୀୟ ଉତ୍ସଵ ରେ ଦେଶ ବିଦେଶ ରୁ ଅନେକ ପ୍ରତିଷ୍ଟିତ ବ୍ୟକ୍ତି ଏବଂ ବୁଦ୍ଧି ଯିବି ମାନେ ଯୋଗ ଦେଇଥିଲେ | ରାଜ୍ୟ ସରକାର ଙ୍କ ପକ୍ଷ ରୁ ପ୍ରବାସୀ ଭାରତୀୟ ମାନଙ୍କ ଆଗମନ ପରିପେକ୍ଷି ରେ ଆୟୋଜିତ ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଓରମାସ ପକ୍ଷ ରୁ ଏକ ସଂସ୍କୃତ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା | ଉକ୍ତ ପ୍ରଦର୍ଶନୀ ରେ ଷ୍ଟଲ ଜରିଆରେ କଣ୍ଟିଲୋ କଂସା ବାସନ ଓ ପ୍ରଭୁ ଶ୍ରୀ ନୀଳ ମାଧବ ଙ୍କ ସଙ୍କୃତି ସମ୍ପର୍କୀତ ପ୍ରଦର୍ଶନୀ ପ୍ରବାସୀ ଭାରତୀୟ ମାନଙ୍କୁ ବିଶେଷ ଆକୃଷ୍ଟ କରିଥିଲା | ପ୍ରଦର୍ଶନୀ କୁ ପରିଦ୍ରସନ ରେ ଆସିଥିବା ଅତିଥି ମାନେ କଣ୍ଟିଲୋ କାରିଗର ମାନଙ୍କର ନିଖୁଣ ଶୈଳୀରେ ଏବଂ ନୂତନ ଜ୍ଞାନକୌଶଳିକୁ ବେଶ ପ୍ରଶଂସା କରିଥିଲେ। ଏଅବସର ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟିଲୋ ର ଙ୍କସାବାଷନ କାରୃକାର୍ଯ୍ୟ କୁ ନେଇ ଖୁବ୍ ପ୍ରସଂଶା କରିଥିଲେ। ଅର୍ଯନ କରିଥିବା କଣ୍ଟିଲୋ କାରିଗରୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ କଣ୍ଟିଲୋ ଅଞ୍ଚଳର ସମସ୍ତ କାରିଗରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ସେଠାରେ ଉପସ୍ଥିତ ତୀଋପତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ଃ ଭାରତ ଭୂଷଣ ପ୍ରଭୁ ଶ୍ରୀ ନୀଳମାଧବଙ୍କ ଇତିହାସ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସବିଶେଷ ସୁଚନା ପ୍ରଦାନ କରିଥଲେ। ପ୍ରାଚୀନ କାଳରୁ ପ୍ରଚଳିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ରିତିନୀତି ଜଗନ୍ନାଥ ସଂସ୍କୃତି ସହ ଆବାହନ କାଳରୁ ପ୍ରଚଳିତ ହେଉଛି। କଣ୍ଟିଲୋ ବରିଷ୍ଠ ନାଗରିକ ଅଖିଳ ମହାରଣା ଓ ବରିଷ୍ଠ କାରିଗର ଦଣ୍ଡପାଣିସାହୁ କଣ୍ଟିଲୋ କଂସା ପିତଳ ବାସନ କାମ ଇତିହାସ ଉପରେ ସୁଚନା ଦେଇ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق