BREAKING
Loading...
:

ଭାରତ ଅଟା ନେବା ପାଇଁ ଗଣିଆ ହାଟ ପଡ଼ିଆରେ ଲମ୍ବା ଲାଇନ

 ଭାରତ ଅଟା ନେବା ପାଇଁ ଗଣିଆ ହାଟ ପଡ଼ିଆରେ ଲମ୍ବା ଲାଇନ

ଗଣିଆ  (ମଣିଭଦ୍ରା ଖବର) ଗଣିଆ ହାଟ ପଡ଼ିଆ ପରିସରରେ ଭାରତ ଅଟା ନେବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଆଜି ୪ ଘଟିକା ସମୟରେ ଭାରତ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଭାରତ କମ୍ପାନୀର ଅଟା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା । ଏ ଖବର ଜାଣିବା ପରେ ଶତାଧିକ ଲୋକ ଧାଡ଼ିରେ ଛିଡ଼ା ହୋଇଥିଲେ । ୧୦ କେଜି ଅଟାର ମୂଲ୍ୟ ରିହାତି ମୁଲ୍ୟରେ ୩୦୦ ଟଙ୍କାରେ ମିଳୁଥିବାରୁ ଲୋକମାନେ ଆଗ୍ରହ ପ୍ରକାଶ କରିଛନ୍ତି । 

ନିଜ ନିଜର ମୋବାଇଲ ନମ୍ବର ସହିତ ୩ ଶହ ଟଙ୍କା ଦେଇ ଗୋଟିଏ ଗୋଟିଏ ପ୍ୟାକେଟ ଅଟା ମିଳୁଥିଲା । ଅଟା ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ବେଳେ ବଜାରରେ ଦର ୪୫ ଟଙ୍କା ଥିବାରୁ ଲୋକେ କମ୍ ମୂଲ୍ୟରେ ମିଳୁଥିବାରୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ରହିଛନ୍ତି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS