*ଫୁଲବାଣୀ ବ୍ଲକ କେରେଡି ପଂଚାୟତ ରେ ଧାନମଣ୍ଡି ଉଦଘାଟିତ*
*ଫୁଲବାଣୀ ତା 17/01/2025*
କନ୍ଧମାଳ ଜିଲ୍ଲାରେ ଚାଷୀ ମାନଙ୍କ ଉର୍ନ୍ନତି ଓ ସୁବିଧା ପାଇଁ ସରକାର କୃଷକ ମାନଙ୍କର କ୍ରୟ ବିକ୍ରୟର ସୁବିଧା ପାଇଁ ରାଜ୍ୟରେ ଧାନ ମଣ୍ଡିର ବ୍ୟବସ୍ଥା କରିଛନ୍ତି | ତଦନୁଯାଇ କନ୍ଧମାଳ ଜିଲ୍ଲାରେ ମଧ୍ୟ୍ୟ ସମସ୍ତ ବ୍ଲକ ରେ ମଧ୍ୟ୍ୟ ମଣ୍ଡି ବ୍ୟବସ୍ଥା କରାଯାଇଛି | ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଫୁଲବାଣୀ ବ୍ଲକର କେରେଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଫୁଲବାଣୀ ସମବାୟ ବିଭାଗର ସହକାରୀ ପ୍ରବନ୍ଧକ ଲଳିତ କୁମାର ମାଝୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ନୋଡାଲ ଅଫିସର ଶ୍ରୀମତୀ ରଶ୍ମିତା ପରିଡା, ଫୁଲବାଣୀ ବୃହଦାକାର ମହୁମୁଖୀ ସମବାୟ ସମିତି ର ସଭାପତି ଶ୍ରୀ ଚକ୍ରଧର ମଳିକ, ସମିତିର ସଦସ୍ୟ ଶ୍ରୀ ଅରୁଣ ନାୟକ, ଶ୍ରୀ ତ୍ରିଲୋଚନ ମହାପାତ୍ର ଉପସ୍ଥିତି ସମେତ ଫୁଲବାଣୀ ସମବାୟ ସମିତି ର ମୁଖ୍ୟ ପରିଚାଳକ ଶ୍ରୀ ଭୀମସେନ ସାହୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା |ଫୁଲବାଣୀ ବୃହଦାକାର ବହୁମୁଖୀ ସେବା ସମବାୟ ସମିତି(ଲ୍ୟାମ୍ପସ)ର ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ଧାନମଣ୍ଡିରେ ଚାଷୀଙ୍କ ଠାରୁ ସୁଚାରୁରୂପେ ଧାନ କିଣିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ସହ ଆୟୋଜନ କରିଥିଲେ। ଏହି ଅବସରରେ ଲ୍ୟାମ୍ପସର ନିର୍ଦ୍ଦେଶକ କେରେଡି ସରପଞ୍ଚ ଓ ବହୁ ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ସରକାର ଧାନ କୁଇଣ୍ଟାଲ ପ୍ରତି ୨୩୦୦ଟଙ୍କା ଓ ବୋନସ ଆକାରରେ ୮୦୦ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଚାଷୀମାନେ ଖୁସି ହେଉଥିବା ଦେଖାଯାଉଛି।ଯେଉଁ ଚାଷୀମାନଙ୍କୁ ଟୋକୋନ ପ୍ରଦାନ କରାଯାଇଛି ସେହି ଚାଷୀମାନଙ୍କ ଠାରେ ଲ୍ୟାମ୍ପସ ଜରିଆରେ ଧାନ କିଣିବା ବ୍ୟବସ୍ଥା କରାଯାଇଛି।କନ୍ଧମାଳ ଜିଲ୍ଲାରେ ଧାନ ସଂଗ୍ରହ କମ ହେଉଥିଲେ ମଧ୍ୟ ଚଳିତ ବର୍ଷ 3 ହଜାର କ୍ୟୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଇଥିବା କଥା ଶ୍ରୀ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି, ଓ ଫୁଲବାଣୀ ଅଂଚଳର ସମସ୍ତ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ଓ ଧାନର ଉଚିତ ମୂଲ୍ୟ ପାଇପାରିବେ ସେଥିପାଇଁ ବିଭାଗ ପକ୍ଷରୁ ଦୃଷ୍ଟି ରଖା ଯାଇଥିବା କଥା ଉପ ପ୍ରବନ୍ଧକ ଶ୍ରୀ ମାଝୀ ମଧ୍ୟ୍ୟ ପ୍ରକାଶ କରିଥିଲେ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق