BREAKING
Loading...
:

ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ଯାବିନେଟ ବୈଠକ

ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ଯାବିନେଟ ବୈଠକ

ଭୁବନେଶ୍ୱର (ମଣିଭଦ୍ରା ଖବର) ଲୋକସେବା ଭବନ ଠାରେ ଅନୁଷ୍ଠିତ ରାଜ୍ୟ କ୍ଯାବିନେଟ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତା ରେ ଯୋଗ ଦେଇ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଥିଲୁ। ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଏହି ନିଷ୍ପତ୍ତି ଗୁଡିକ ଗ୍ରହଣ କରାଯାଇଛି। 

ରାଜ୍ଯରେ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୪ଟି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି। 

ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନକୁ ମଞ୍ଜୁର ପ୍ରଦାନ କରାଯାଇଛି। ନିଯୁକ୍ତି ସ୍ତରକୁ ୭ ରୁ ହ୍ରାସ କରି ୬ରେ ସୀମିତ ରଖିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇଦେବା ନିମନ୍ତେ ୫ ହଜାର ଡାକ୍ତର ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।  

କୃଷି କ୍ଷେତ୍ରରେ ଶୀତଳ ଭଣ୍ଡାରର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ଯରେ ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଇଦେବେ। ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ମୋଟ ୬୦% ଏବଂ ସାଧାରଣ ବର୍ଗଙ୍କ ପାଇଁ ୫୦% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯିବ। ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍‌ ଶୁଳ୍କ ରିହାତି ପ୍ରଦାନ ସହ ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଯୋଗାଇଦିଆଯିବ। 

ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ RIR କମ୍ପାନିକୁ ରାଜ୍ଯରେ ନିବେଶ ପାଇଁ ସୁଯୋଗ ପ୍ରଦାନ କରାଯିବ,  ଯାହାକି ଦେଶରେ ପ୍ରଥମ। ଏହି କମ୍ପାନୀକୁ ଇନ୍‌ସେନଟିଭ ବାବଦରେ ପୂର୍ବରୁ ସ୍ଥିରୀକୃତ ୩୦%କୁ ବୃଦ୍ଧି କରାଯାଇ ମୋଟ ୫୦% ପ୍ରଦାନ କରାଯିବ। ଏଥିସହ ୧୧୦ କୋଟିର ପ୍ରୋତ୍ସାହନ ରାଶି ଦ୍ଵାରା ରାଜ୍ଯର ନିବେଶ କ୍ଷେତ୍ର ଆହୁରି ସୁଦୃଢ ଏବଂ ସମୃଦ୍ଧ ହେବ। 

ଆସନ୍ତା ଫେବୃଆରୀ ମାସରେ ଷୋଡ଼ଶ ଅର୍ଥ କମିଶନ ଓଡ଼ିଶା ଆସିବାର ଯୋଜନା ରହିଛି। ସରକାର କମିଶନଙ୍କ ନିକଟରେ ୧୨,୫୬,୧୪୮ କୋଟି ଦାବି କରିବା ସହ ଏହି ଅର୍ଥ ରାଶିକୁ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଛନ୍ତି। 

ଏହି ନିଷ୍ପତ୍ତି ଗୁଡିକ ରାଜ୍ଯର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୁଞ୍ଜି ନିବେଶ ଭଳି କ୍ଷେତ୍ରର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ଓଡ଼ିଶାର ସାମାଜିକ, ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS