*ଦରଦୀ ମଣିଷ ଥିଲେ ଭାଗବତ ପ୍ରସାଦ ମହାନ୍ତି*
କେନ୍ଦ୍ରାପଡ଼ା (ମଣିଭଦ୍ରା ଖବର) ମହାନଦୀ ର ଶାଖା ନଦୀ ଲୁଣା କରାଣ୍ଡିଆ ମଧ୳ବର୍ତୀ ୧୨ଟି ଗ୍ରାମ କୁ ନେଇ ଧୋୟା ଅଞଳ ବା ଦୀପାଞଳ ର ସଠିଲୋ ଗ୍ରାମ ରେ ସ୍ବର୍ଗତ ଭାଗବତ ପ୍ରସାଦ ମହାନ୍ତି ଙ୍କ ୭ ଜୁଲାଇ ୧୯୨୮ମସିହାରେ ଜନ୍ମ ।ତାଙ୍କ ବାଲ୳ଜୀବନ ଗ୍ରାମ ରେ ଅତିବାହିତ ହୋଇଥିଲା। ପିଲାଟି ଦିନରୁ ସେ ଅନ୍ତ୳ତ ଆଚରଣରେ ସ୍ନେହ ଶ୍ରଦ୍ଧା ଓ ଦରଦୀ ମଣିଷ ଟେ ଥିଲେ । ବାଲ୍ୟ ଶିକ୍ଷା , ଉଚ୍ଚ ଶିକ୍ଷା ପରେ ସେ ଗ୍ରାମ ରେ ରହୁଥିଲେ ଏହି ସମୟରେ ଜମିଦାର ମାନଙ୍କ ଦ୍ବାରା ଶୋଷିତ ହେଉଥିବା ଚାଷୀ ମାନଙ୍କୁ ଦେଖି ସେ ଜମିଦାର ମାନଙ୍କୁ ବିରୋଧ କରୁଥିଲେ ଏହାପରେ ଏହି ନୀରିହ ଚାଷୀ ମାନଙ୍କ ପାଇଁ ସେ ସଘଂର୍ଷ ଜାରି ରଖି ସେମାନଙ୍କର ଚାଷଜମି ଜମିଦାର ଙ୍କ ଠାରୁ ଛଡାଇ ଆଣିଥିଲେ । ସେ ସମାଜବାଦୀ ଚିନ୍ତା ଧାରା ର ସୁଚିନ୍ତକ ଥିଲେ । ୧୯୬୯ ମସିହାରେ ସେ କଂଗ୍ରେସ ରେ ଯୋଗଦେଇ ଥିଲେ ଓ ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ, ୩ ଥର କେନ୍ଦ୍ରାପଡା ବିଧାନସଭା ଆସନ ରୁ ବିଜୟ ଲାଭ କରି ଜାନକୀ ବାବୁଙ୍କର ସରକାର ରେ ୨ ଥର ମନ୍ତ୍ରୀ ମଣ୍ଡଳୀରେ ଉଚ୍ଚ ଶିକ୍ଷା ଓ ପରେ ରାଜସ୍ୱ ବିଭାଗ ର ମନ୍ତ୍ରୀ ରୂପେ ସ୍ଥାନ ପାଇଥିଲେ ।ତାଙ୍କ ମନ୍ତ୍ରୀତ୍ବ ସମୟରେ କେନ୍ଦ୍ରାପଡା ଜିଲ୍ଲା ରେ ଅନେକ ଶିକ୍ଷାନୁଷ୍ଠାନ ସାସ୍ଥ୳କେନ୍ଦ୍ର ଗଠିତ ହୋଇଥିଲା ସେଗୁଡିକ ମଧ୍ୟରେ କେନ୍ଦ୍ରାପଡା ସାନ୍ଧ୍ଯ ମହାବିଦ୍ୟାଳୟ ,ଦୀନବନ୍ଧୁ ସାହୁ ଆଇନ୍ ମହାବିଦ୍ୟାଳୟ, ଆୟବା ବିଜ୍ଞାନ ମହାବିଦ୍ୟାଳୟ, ବାଲିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଲୁଣା କରାଣ୍ଡିଆ ଦୀପାଞଳ ର ନାନକାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଉ ଏକ ମୁଖ୍ୟ ଅବଦାନ ଥିଲା ଜିଲ୍ଲା ଓ ଜିଲ୍ଲା ବାହାରର ଚାଷୀ ମାନଙ୍କ ପାଇଁ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାଠାରୁ ଅଳ୍ପ ଦୂର ଶ୳୲ମସୁନ୍ଦରପୁର ଠାରେ ଥିବା ଶୀତଳ ଭଣ୍ଡାର ଯାହା ଆଜିର ଦିନରେ ବନ୍ଦ ହୋଇଯାଇଛି ।କେନ୍ଦ୍ରାପଡା ଜଗତସିଂହପୁର କଟକ ଠାରେ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ଯାହା ଆଜିର ଦିନରେ ରାଜ୍ୟର ପ୍ରମୁଖ ସମବାୟ ବ୍ୟାଙ୍କ ମଧ୍ୟରେ ଅନ୳ତମ ହୋଇ ରହିଛି ।
ଏହିପରି ଜଣେ ମହାନ ପୁରୁଷ ଙ୍କୁ ହରାଇ ଆଜି କେନ୍ଦ୍ରାପଡା ଜିଲ୍ଲା ମୁରବୀ ଶୂନ୳ ହୋଇପଡିଛି ।
ଏପରି ଜଣେ ଯୁଗଯନ୍ମା ଦୂର ଦୃଷ୍ଟି ସଂପନ୍ନ ରାଜନେତା, ବାଗ୍ମୀ, ଦରଦୀ ମଣିଷ ତଥା କେନ୍ଦ୍ରାପଡାର ବିକାଶ ପୁରୁଷ ଙ୍କୁ ୭୬ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ରାପଡ଼ା ବାସୀଙ୍କ ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ତାଙ୍କ ଅମର ଆତ୍ମା କୁ ସତଗତି ଦିଅନ୍ତୁ ।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق