ମା'ରାମଚଣ୍ଡୀ କପ କ୍ରିକେଟ ଟୁର୍ନାମେଣ୍ଟ:ଭାଳିଆବାଡ଼ି ସେମିରେ
ବାଙ୍କୀ , 27/1(ମାନସ ରଞ୍ଜନ ସାହୁ): ରାମଚଣ୍ଡୀ କ୍ରିକେଟ କ୍ଳବ କୋଦୁଅବେରେଣୀ ଆନୁକୂଲ୍ୟରେ 13ତମ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ଦିବସ ମ୍ୟାଚରେ ସତ୍ୟପୀର ସ୍ପୋଟିଂ କାଇପାଦରକୁ ଖୋର୍ଦ୍ଧା ଭାଲିଆବାଡ଼ି ଦଳ 46 ରନରେ ପରାସ୍ତ କରି ସେମି ଫାଇନାଲ ରେ ପ୍ରବେଶ କରିଛି l ଆଜି ଭାଲିଆବାଡ଼ି ଟିମ, କାଇପଦର ଟିମ ପରସ୍ପର କୁ ଭେଟିଥିଲେ l ଟସ ଜିତି ଭାଲିଆବାଡ଼ି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ 7 ଓକେଟ ହରାଇ 237 ରଣ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ନିର୍ବିଶଙ୍କର ବାରିକ ସର୍ବାଧିକ 69 ରନ (30) ସଂଗ୍ରହ କରିଥିଲେ. ଗୌତମ ସ୍ୱାଇଁ 36(14) ସଂଗ୍ରହ କରିଥିଲେ l କାଇପଦର ଦଳର ପ୍ରଶାନ୍ତ ମାର୍ଥା 4 ଓଭରରେ 40 ରନ ଦେଇ 2 ଟି ସଫଳତା ପାଇଥିଲେ. ଏହାର ଜବାବରେ କାଇପଦର ଦଳ 20 ଓଭର ରେ 9 ଓଇକେଟ ହରାଇ 191 ରନ କରିବାକୁ ସକ୍ଷମ ହୋଇଥିଲା. ଦଳ ପକ୍ଷରୁ ସୁଶାନ୍ତ ସାମନ୍ତରାୟ ସର୍ବାଧିକ 51 (40)ରନ,ସୁରେନ୍ଦ୍ର ଚମ୍ପତି 45(19)ସଂଗ୍ରହ କରିଥିଲେ. ପ୍ରତୀପକ୍ଷ ଦଳର ସବ୍ୟସାଚୀ ଆଚାର୍ଯ୍ୟ 4ଓଭର ବୋଲିଂ କରି 31ରନ ଦେଇ 4ଟି ସଫଳତା ପାଇଥିଲେ. ଅଲ୍ରାଉଣ୍ଡର ସଫଳତା ପାଇଁ ସି ଏସ କାନୁନଗୋ ମ୍ୟାନ ଅଫଦୀ ମ୍ୟାଚ ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ବିନୟ ପାଇକରାୟ ଏବଂ ଲକ୍ଷ୍ମୀଧର ପ୍ରଧାନ ପରିଚାଳନା କରିଥିଲା ବେଳେ ଡିଜିଟାଲ ସ୍କୋରର ସୁଦର୍ଶନ ପ୍ରଧାନ ଏବଂ ବିଶ୍ୱଜିତ ମହାପାତ୍ର, ଘୋଷକ ଯୁବ କ୍ରୀଡା ସଂଯୋଜକ ସୁଧୀରଞ୍ଜନ ପଣ୍ଡା ଦାୟିତ୍ୱରେ ଥିଲେ . ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମୁଦୁଲି କ୍ଳବ ଉପଦେଷ୍ଟା ହଟନାଥ ସାହୁ ଅତିଥି ଭାବେ ଯୋଗଦେଥିଲେ. ଆସନ୍ତା କାଲିର ମ୍ୟାଚ ଢେଙ୍କାନାଳ ଟିମ ସହ ଅଟ୍ରି ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ବିଜୟାନନ୍ଦ ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق