ବରଗଡ଼ (ମଣିଭଦ୍ରା ଖବର) ଆଜି ଯାତ୍ରାର ଦଶମ ଦିନରେ କଂସ ଦିଗବିଜୟରେ ବାହାରିବା ସହ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଯୋଜନା ଚୂଡ଼ାନ୍ତ କରୁଛନ୍ତି । ସେପଟେ କୃଷ୍ଣ-ବଳରାମ ମଥୁରାରେ ପହଞ୍ଚିବା ପରେ କୁବୁଜା ଉଦ୍ଧାର, ସୁଦାମା ମାଳି ଓ ରଜକ ସହ ଭେଟ ଆଦି ଦୃଶ୍ୟ ପରିବେଷିତ ହେଉଛି । ଗତକାଲି ଗୋପପୁରରେ କୃଷ୍ଣ- ବଳରାମଙ୍କୁ ଲୋତକପୂର୍ଣ୍ଣ ବିଦାୟ ଦିଆଯାଇଥିଲା । ଅକ୍ରୂରଙ୍କ ସହିତ ଗୋପରୁ ବିଦାୟ ନେଇଛନ୍ତି କୃଷ୍ଣ- ବଳରାମ ।*
*ସେପଟେ ମଥୁରାରେ କଂସ ମହାରାଜା ନଗର ଭ୍ରମଣ କରିବା ସହ ଆମ୍ରବନରେ ତପସ୍ୟାରତ ମୁନିଋଷିମାନଙ୍କୁ ବନ୍ଦୀ କରି ନିର୍ୟାତନା ଦେଇଛନ୍ତି l ସେହିପରି ଧନୁଯାତ୍ରାରେ କୃଷ୍ଣ- ବଳରାମଙ୍କୁ ମାରିବା ପାଇଁ ଘୋର ତପସ୍ୟା ବଳରେ ଶିବଙ୍କୁ ପ୍ରସନ୍ନ ତ୍ରିଶୂଳ ପ୍ରାପ୍ତ କରିଛନ୍ତି ମହାରାଜା କଂସାସୁର ।
ମାନସ କୁମାର ସାହୁ, କଟକ
إرسال تعليق