BREAKING
Loading...
:

ଖଣ୍ଡପଡା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୮୯ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ।

 ଖଣ୍ଡପଡା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୮୯ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ।     

ଖଣ୍ଡପଡା (ମଣିଭଦ୍ରା ଖବର ) ଖଣ୍ଡପଡା ଉପକଣ୍ଠ ଶୁଭମ୍ ମଣ୍ଡପ ପରିସରରେ ସର୍ବ ପୁରାତନ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୮୯ ମସିହା ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟ ରବିବାର ପାଳିତ ହୋଇଯାଇଛି।ଏହି ଦିନକୁ ଅପେଖ୍ୟାକରି ରହିଥିବା ସମସ୍ତ ବନ୍ଧୁ ଓ ବାନ୍ଧବୀ ମାନେ ସକାଳୁ ସକାଳୁ ନିଜର ନିତ୍ୟକର୍ମ ସାରି ବଣ ଜଙ୍ଗଲ ଘେରା ଏହି ସାମନ୍ତମାଟି ଖଣ୍ଡପଡାରେ ପହନ୍ଚି ଯାଇଥିଲେ।ପୂର୍ବ ପ୍ରସ୍ତୁତି ମୁତାବକ ପ୍ରିତିଶ୍ରୀ ଦାଶ ଓ ଅରୂଣ କୁମାର ବେହେରାଙ୍କ ପ୍ରତ୍ୟଖ୍ୟ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଖଣ୍ଡପଡା,ଖଳିସାହି ପୂର୍ତବିଭାଗ ରାସ୍ତା କଡରେଥିବା ଶୁଭମ୍ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା।ସୁଦୁର କଟକ,ଭୂବନେଶ୍ବର,ନୟାଗଡ,ବାଙ୍ଗାଲୋର୍ ଓ ମହାରାଷ୍ଟ୍ର ଆଦିରେ କାର୍ଯ୍ୟରତ ସାଙ୍ଗସାଥୀ ମାନେ ନିଜର ରାଗ,ଋଷା,ଅଭିମାନକୁ ପଛରେ ପକାଇ ସମସ୍ତେ ଏକାଠି ହୋଇଥିଲେ।ବିଭିର୍ନ ପ୍ରକାର ଷ୍ଟାଟର୍ ଚାଖୁଚାଖୁ ଆରମ୍ଭ ହୋଇଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ। ମଣ୍ଡପ ପରିସରରେଥିବା ମନ୍ଚରେ ଛିଡାହୋଇ ନିଜନିଜର ଆଭିମୂଖ୍ୟକୁ ବଖାଣି ହସ ଖୁସିରେ କିଛିସମୟ ଅତିବାହିତ କରିଥିଲେ ମଧ୍ୟ ସମସ୍ତଙ୍କର ନଜର ଥିଲା ବାଙ୍ଗାଲୋରରୁ ଆସିଥିବା ସାଙ୍ଗ ପ୍ରଦିପ୍ କୁମାର ମହାପାତ୍ରଙ୍କ ଉପରେ।କାରଣ ସେ ଆସିଲେ ସବୁ ସାଙ୍ଗଙ୍କପାଇଁ କିଛିକିଛି ଉପହାର ନେଇ ଆସନ୍ତି।କେତେବେଳେ ତାକୁ ବାଣ୍ଟିବେ ସେନେଇ ଉତକଣ୍ଠାର ସହିତ ସମସ୍ତେ ଅପେଖ୍ୟାକରି ରହିଥିଲେ।ତାହା ମଧ୍ୟହେଲା।ସମସ୍ତଙ୍କୁ ଉପହାର ଦେବାପରେ ଦୁଇଜଣଙ୍କୁ ଶ୍ରେଷ୍ଠତ୍ବ ପ୍ରଦାନ କରାଯାଇଥିଲା।ପରିଶେଷରେ ଭୋଜି ଭାତର  ଆୟୋଜନ କରାଯାଇ ସମସ୍ତ ବନ୍ଧୁ ଆପ୍ୟାୟୀତ ହୋଇଥିଲେ।ଦିନ ସରିସରି ଆସୁଥିବାରୁ ସମସ୍ତଙ୍କ ମନରେ ଦୁଖ ଭରିହୋଇଯାଉଥିଲା ସତେ ଯେମିତ ଅମାବାସ୍ୟାର ଜହ୍ନ ପରି।

(ଖଣ୍ଡପଡାରୁ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ରିପୋର୍ଟ)

Post a Comment

أحدث أقدم
Header ADS