BREAKING
Loading...
:

କଳାପଥର ରେ ଧାନମଣ୍ଡି ଆରମ୍ଭ

 କଳାପଥର ରେ ଧାନମଣ୍ଡି ଆରମ୍ଭ      

 ବାଙ୍କୀ ( ମଣିଭଦ୍ରା ଖବର) କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ କଳାପଥର ସେବା ସମବାୟ ସମିତିଲିଃ ର ଧାନ ମଣ୍ଡି ମଧୁଆପଲ୍ଲୀ ଅଚିହ୍ନା ଠାକୁର ନିକଟସ୍ଥ ରଜ ପଡିଆ ରେ ଅନୁଷ୍ଠିତ ହୋଇଛି. ଏ ଆର ସିସି ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ. ଏସ ଆର ସି ପ୍ରମୋଦ କୁମାର ପ୍ରଧାନ, ନୋଡାଲ ଅଫିସର ବିମଲିନି ମହାନ୍ତି, ଆର ଏମ ସି ସେକ୍ରେଟେରୀ ଅଶୋକ ପ୍ରଧାନ, ଭି ଏଲ ଡବ୍ଲୁ ଦୀପିକା ପାଇକରାୟ, ବିଶ୍ଳେଷଣ ଗୁରୁ ପ୍ରସାଦ ସାହୁ, କଳାପଥର ସୋସାଇଟି ସଭାପତି କେଶବ ଭୋଇ, ପୂର୍ବତନ ସଭାପତି ତଥା ସମବାୟବିତ୍ତ ମିର୍ଜା ସର୍ଦ୍ଧାର ଅଲ୍ଲୀବେଗ, ସମ୍ପାଦକ ମିର୍ଜା ଆନୱାର ଅଲ୍ଲୀବେଗ ଙ୍କ ଉପସ୍ଥିତ ରେ ବ୍ରାହ୍ମଣ ନଡ଼ିଆ ଭାଙ୍ଗିକଣ୍ଟା ପୂଜାର୍ଚନା ପରେ ଧାନ ଗାଡ଼ିରେ ଲୋର୍ଡ ହୋଇଥିଲା l ସମିତି ସମ୍ପାଦକଙ୍କ ସୂଚନା କ୍ରମରେ ପ୍ରଥମ ଦିବସରେ ପଞ୍ଜିକୃତ ଚାଷୀ ଭିତରୁ 12 ଜଣ ଚାଷୀ 403 କୁଇଣ୍ଟାଲ ଧାନ  କିଣାଯିନ ବୋଲି ସୂଚନା ମିଳିଛି l ଚାଷୀ ଅଲେଖ ରାଉତ, ପରମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ମାନସ ରଂଜନ ସାହୁ, ବାଙ୍କି 

Post a Comment

أحدث أقدم
Header ADS