BREAKING
Loading...
:

ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

 ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ 

ଗଣିଆ( ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପୃଷ୍ଟି ମେମୋରିଆଲ ବାର୍ଷିକ କ୍ରିଡ଼ା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । 

ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗିରଥି ଜାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ମାନସ ମହାଖୁଡ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ  କୁଳମଣି ରାଉତ,  ଧ୍ରୁବ ଚରଣ ରାଉତ ,  ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭାବଗ୍ରାହୀ ସ୍ବାଇଁ,ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ଗୋକୁଳା ନନ୍ଦ ରାଉତ, ପ୍ରଧାନ ଶିକ୍ଷକ ଭାଗୀରଥି ଜାନି , ଶିକ୍ଷକ ଅଜିତ କୁମାର ନାୟକ, ଦେବୀପ୍ରସାଦ ଦାସ, ଲୋପାମୁଦ୍ରା ବେହେରା, ଦୀପକ କୁମାର କୁଅଁର , ଅନିତା ମହାପାତ୍ର, ବିଶ୍ବମ୍ବର ବେହେରା, ବିଶ୍ଵକର୍ମା କହଁର, ମୋନାଲିସା ରାଉତ, ଦଣ୍ଡଧର ରାଉତ ଅନୁପମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

ଶିକ୍ଷକ ଦୀପକ କୁମାର କୁଅଁର ମଞ୍ଚ ପରିଚାଳନା କରିଥିଲେ ।  ପିଲାମାନଙ୍କ ମଧ୍ୟରେ ଦୈାଡ, ଲମ୍ବା ଡିଆଁ, ଉଚ୍ଚ ଡିଆଁ,ସଟ୍ ପୁଟ, ମ୍ୟୁଜିକ ଚେୟାର ଆଦି କ୍ରିଡ଼ା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।  । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସଂପୂର୍ଣ୍ଣ ସହଯୋଗ କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS