୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲା ବିରାଟ କାୟ ଅଜଗର..
ନୟାଗଡ଼ (ରୀନା ସାହୁ) ଉଦ୍ଧାର ଅଜଗରର ଲମ୍ୱ ୧୦ ଫୁଟ ହୋଇଥିବା ବେଳେ ମୋଟେଇ ୧ ଫୁଟ ବୋଲି ଜଣା ପଡିଛି....
ଦ୍ଵିତୀୟ ଦିନରେ ଆଜି ସକାଳୁ ଅଜଗରକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ..ଓଡିଶା ର ଜଣା ଶୁଣା ଭୁବନେଶ୍ୱର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲିକଙ୍କ ଟିମ ସହ ବନ ବିଭାଗ ଟିମ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ଦଳ
ଡେରା ପକାଇଥିଲେ ଗିରିଣ୍ଡା ଜଙ୍ଗଲ ନିକଟରେ... ଏକ ବିରାଟ କାୟ ଅଜଗର ଖାଦ୍ୟ ଲୋଭରେ ଯାଉଥିବା ବେଳେ 40 ଫୁଟ ଗଭୀର କୂଅରେ ଖସିପଡି ଜୀବନ ମରଣ ସହ କରୁଥିଲା ସଂଘର୍ଷ.....ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଉଦ୍ଧାର ପାଇଁ ଗତ କାଲି ଆରମ୍ଭ ହୋଇଥିଲା ପ୍ରକ୍ରିୟା.. ତେବେ ଅନ୍ଧାର ଯୋଗୁଁ ସ୍ଥଗୀତ ରହିଥିଲା ଉଦ୍ଧାର କାର୍ଯ୍ୟ...
ଫେରି ଆସିଥିଲେ ସମସ୍ତ ଉଦ୍ଧାର କାରୀ ଦଳ... ତେଣୁ ଆଜି ସକାଳେ ଭୁବନେଶ୍ୱର ଆସି ଗିରିଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ପହଞ୍ଚି ଥିଲେ ଶୁଭେନ୍ଦୁ ମଳିକଙ୍କ 4 ଜଣିଆ ଟିମ .. ନିଜସ୍ୱ ଖର୍ଚ୍ଚ ରେ ଆସି ପହଂଚି ଥିଲେ ଟିମ .... ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଯାଇ ପହଂଚି ଥିଲେ ଗିରିଣ୍ଡା ଜଙ୍ଗଲ ରେ... ସ୍ୱତନ୍ତ ରସି ସାହାର୍ଯ୍ୟ ରେ ଗଭୀର କୂଅ କୁ ଜଳନ୍ତା ମହମ ବତୀ ଛାଡି ପରଖି ଥିଲେ କୂଅ ଭିତର ସ୍ଥିତି ସ୍ନେକ ହେଲ୍ପ ଲାଇନ ର ଟିମ...
କୂଅ ସ୍ଥିତି ପରଖିବା ପରେ ସ୍ୱତନ୍ତ ସିଡ଼ି ସହାୟତା ରେ ଉଦ୍ଧାର କାରୀ ଦଳ ପଡ଼ିଥିଲେ କୂଅ ଭିତରକୁ.. 5 ଫୁଟ ପାଣି ଭିତରେ ଅଜଗର କୁ କାବୁ କରିବା ବେଳେ ଜଣେ ଟିମ ର ସଦସ୍ୟଙ୍କୁ ଆକ୍ରମଣ କରିଥିଲା ଅଜଗର.. ତତ କ୍ଷଣାତ କାଳ ବିଳମ୍ୱ ନ କରି ଅଜଗର କୁ ମହିଳା ସଦସ୍ୟ କାବୁ କରି ନେଇଥିଲେ.. ଫଳରେ ନିଶ୍ଚିତ ମୃତ୍ୟୁ ମୁହୁଁରୁ ବଞ୍ଚି ଯାଇଥିଲେ ଜଣେ ପୁରୁଷ ସଦସ୍ୟ...ଅନ୍ୟ ସଦସ୍ୟ ମାନେ ଅଜଗର କୁ କାବୁ କରି ଉପରକୁ ଆଣିବାରେ ସଫଳ ହୋଇଥିଲେ....
କୂଅ ଉପରେ ଅଜଗର କୁ କିଛି ସମୟ ଖରା ତାତି ଦେବା ପରେ ଅଜଗର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ବିଶେଷଜ୍ଞ ଦଳ...
ଅଜଗର ର ମାପ ଚିହ୍ନଟ ପରେ ରଣ୍ଡା ଡ୍ୟାମ ନିକଟରେ ଛାଡି ଦିଆ ଯାଇଛି... ଅଜଗର କୁ ଉଦ୍ଧାର କରିବାରେ ସଫଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ରେ ସାମିଲ ସମସ୍ତ ସାମ୍ବାଦିକ. ଅଗ୍ନିଶମ ଦଳ. ବନ ବିଭାଗ କର୍ମଚାରୀ. ଗ୍ରାମ୍ବାସୀ ଙ୍କୁ ଶୁଭେନ୍ଦୁ ମଲିକ ଦେଇଛନ୍ତି ଧନ୍ୟବାଦ....।
ମଣିଭଦ୍ରା ଖବର, ନୟାଗଡ଼
Post a Comment