BREAKING
Loading...
:

ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍ର,ରଙ୍ଗବାଜ କ୍ଳବ୍ ବିଜୟୀ

 ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍ର,ରଙ୍ଗବାଜ କ୍ଳବ୍ ବିଜୟୀ

ଟାଙ୍ଗୀ ଖୋର୍ଦ୍ଧା (ରୀନା ସାହୁ)ଟାଙ୍ଗୀ ଚିଲିକା ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଟାଙ୍ଗୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଆଜି ତୃତୀୟ ଦିନରେ ରଙ୍ଗବାଜ ଫୁଟବଲ୍ କ୍ଳବ୍ ଜଗଦଲପୁର ସହିତ ନାଇଜେରିଆ ଏକାଦଶ ସେଞ୍ଜୁରିଆନ ବିଶ୍ବ ବିଦ୍ୟାଳୟ ମୁକାବିଲା ହୋଇଥିଲା। ମ୍ୟାଚ ଟି ଖୁବ୍ ସଂଘର୍ଷପୂର୍ଣ ହୋଇଥିଲା। ପ୍ରଥମାର୍ଦ୍ଧରେ ୧-୧ ଗୋଲେଇ ସ୍ଥିତ ବରାବର ରହିଥିଲା। ଦ୍ଵିତୀୟାର୍ଧ ରେ ରଙ୍ଗବାଜ କ୍ଳବ୍ ୨ ଟି ସୁନ୍ଦର ଗୋଲ୍ ଦେଇ ଦଳକୁ ୩-୧ ରେ ବିଜୟୀ କରାଇଥିଲେ। ଅତିଥି ଭାବେ ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସିତାଶୁ ଭୁଷଣ ନନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ କୁମାର ବଳବନ୍ତରାୟ, ବଳରାମ ଦେବ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଶ୍ବଜିତ ପଲାଇ, ଆଇନଜୀବୀ ହମିଦ ମୀରା, ମନୋଜ କୁମାର ମାନସିଂହ, ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ରଂଜନ କୁମାର ବେହେରା, ଅବକାରୀ ଇନ୍ସପେକ୍ଟର ଅମରେନ୍ଦ୍ର ଶତପଥୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ମଞ୍ଜରୀ ଦେବୀ,ସଭାପତି କିଶୋର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ଜ୍ୟୋତି ରଂଜନ ସ୍ବାଇଁ। ତାଙ୍କୁ ସହାୟତା କରିଥିଲେ ପ୍ରିୟବ୍ରତ ବାହିନୀପତି,ଜିତୁ ପାତ୍ର ଓ ନନ୍ଦ କିଶୋର ସ୍ବାଇଁ। କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ ଉପଦେଷ୍ଟା ବିଜୟ କୁମାର ରାଉତ। ରଙ୍ଗବାଜ ଦଳର ଧନଞ୍ଜୟ କୁ ଡାକ୍ତର କରୁଣାକର ଶ୍ରୀ ଚନ୍ଦନ ସ୍ମାରକୀ ଓ ନାଇଜେରିଆ ଦଳର ମିରାକଲ କୁ କେଶବ ବିଶ୍ବାଳ ସ୍ମାରକୀ ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରାଯାଇଥିଲା। ଆସନ୍ତାକାଲି ତା ୯/୧ ମା କାମାକ୍ଷା ସ୍ପୋର୍ଟସ କ୍ଳବ୍ ବିହାର ଓ ୟୁନିକ ସ୍ପୋର୍ଟସ କ୍ଳବ୍ ରାୟପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ଜଣାଇଛନ୍ତି।

ମଣିଭଦ୍ରା ଖବର,ନୟାଗଡ

Post a Comment

Previous Post Next Post
Header ADS