ବଦଳିଲେ ଗଣିଆ ବିଡ଼ିଓ
ଗଣିଆ( ମଣିଭଦ୍ରା ଖବର) ଗଣିଆରେ କାର୍ଯ୍ୟରତ ବିଡ଼ିଓ ସାଗର କୁମାର ନନ୍ଦଙ୍କର ବଦଳି ହୋଇଥିବା ଜଣାପଡିଛି । ରାଜ୍ୟ ସରକାର ଆଜି ୧୦ ଜଣ ବିଡ଼ିଓଙ୍କୁ ବଦଳି କରିଥିବା ବେଳେ ସେଥିରେ ଗଣିଆ ବିଡ଼ିଓଙ୍କୁ ମଧ୍ୟ ବଦଳି କରାଯାଇଛି ।
ଗଣିଆ ବିଡ଼ିଓ ଶ୍ରୀନନ୍ଦଙ୍କୁ ବାଲିକୁଦା, ଜଗତସିଂହପୁର ବଦଳି କରାଯାଇଥିବା ଜଣାପଡ଼ିଛି । ତେବେ ତାଙ୍କ ସ୍ଥାନରେ ନୂତନ ବିଡ଼ିଓ ଭାବେ କାହାକୁ ଦିଆଯାଇନାହିଁ । ତେବେ ଗତ ଫେବୃୟାରୀ ମାସରେ ବିଡ଼ିଓ ଶ୍ରୀନନ୍ଦଙ୍କୁ ଗଣିଆ ବଦଳି କରାଯାଇଥିବା ବେଳେ ମାତ୍ର ୬ ମାସ ବ୍ୟବଧାନରେ ତାଙ୍କୁ ପୁଣି ବଦଳି କରିବା ସାଧାରଣରେ ଆଲୋଚ୍ୟ ବିଷୟ ପାଲଟିଛି ।
ମଣିଭଦ୍ରା ଖବର, ଗଣିଆ
Post a Comment