BREAKING
Loading...
:

ସି.ଏସ.ସି. ସେଣ୍ଟର ପାଳିଲା ୧୬ ତମ ବାର୍ଷିକ ଉତ୍ସବ. ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଦାବି.

 ସି.ଏସ.ସି. ସେଣ୍ଟର ପାଳିଲା ୧୬ ତମ ବାର୍ଷିକ ଉତ୍ସବ. ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଦାବି.



ବାଙ୍କୀ, ୧୬/୭ (ମାନସ ରଞ୍ଜନ ସାହୁ ):ବାଙ୍କୀ ଜନସେବା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ କଟକ - ବାଙ୍କୀ ରଗଡିସ୍ଥିତ ମହିମା ଆଶ୍ରମ ଠାରେ "ମା" ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ନାମରେ ଏହା ପାଳିତ ହୋଇଯାଇଛି . କିଛି ଫଳ ଗଛ ଆଜି ଆଶ୍ରମ ପରିସରରେ ଲଗାଯାଇଥିଲା. ଏଥିରେ ସି ଏସ ସି ସେଣ୍ଟର ର ବହୁ ଲାଇସେନ୍ସ ପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ . ଆଗାମୀ ଦିନରେ ଏ ଜନସେବା କେନ୍ଦ୍ର ର କର୍ମଚାରୀ ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦିଆଯାଇଛି ସଂଘ ପକ୍ଷରୁ ସୂଚନା. ସେପଟେ ବାଙ୍କୀ ଅଂଚଳ ୧୨୨0 ରୁ ଉର୍ଦ୍ଧ ସି.ଏସ.ସି ସେଣ୍ଟର  ଲାଇସେନ୍ସ ପ୍ରାପ୍ତ ରହିଥିବା ବେଳେ ୬୨0 ଟି ସି.ଏସ.ସି ସେଣ୍ଟର ରହିଛି କାର୍ଯ୍ୟକ୍ଷମ ବୋଲି ସୂଚନା ମିଳିଛି.ଏବେ ଏ କେନ୍ଦ୍ର ଗୁଡିକୁ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ଜରୁରୀ ହୋଇପଡିଛି .ଏହି କାର୍ଯ୍ୟକ୍ରମରେ  ମହିମା ଆଶ୍ରମ ର ମୁଖ୍ୟ ପରିଚାଳକ ତଥା ସମାଜସେବି ଜୁର୍ଯ୍ୟଧନ ସାହୁ ଉପସ୍ଥିତ ଥିଲେ. ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦଳେଇ.ଇଲେକଟନିକ୍ସ ମେଡ଼ିଆ mbc ଟିଭିର ବରିଷ୍ଠ ସାମ୍ବାଦିକ ଅଶୋକ ରଣା. ଯଂଜ୍ଞ ପ୍ରକାଶ ରାଜଗୁରୁ. ସନ୍ତୋନୁ କୁମାର ସାହୁ ଦୈତାରୀ ରାଜ . ନଗେନ ମନ୍ତ୍ରୀ. ପ୍ରଭାସ ଚନ୍ଦ୍ର ଛାଟୋଇ. ଅଭୟ ସାହୁ. ସବାସ ଚନ୍ଦ୍ର ମନ୍ତ୍ରୀ. ସଂଗ୍ରାମ ପଟ୍ଟନାୟକ.ଧିରେନ କୁମାର ସାହୁ. ପ୍ରମୁଖଉପସ୍ଥିତ ରହିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS