ଛେଳାଗଡ ଓ ଡାବରାଗୁଡା ପଞ୍ଚାୟତ ନେଟଓ୍ବର୍କ ସାମସ୍ୟା ନେଇ ରାସ୍ତା ରୋକ ୧୭ ବଦଳରେ ୨୪ ହେବ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ବୁଧବାର ୧୧.୩୦ ସମୟରେ ଛେଳାଗଡ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ବୈଠକ ଗୃହଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକଟି ସ୍ଥାନୀୟ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁମତା ରଇତଙ୍କ ନେତୃତ୍ବରେ ବୈଠକ କରାଯାଇଥିଲା । ଉକ୍ତ ବୈଠକର ପ୍ରାମ୍ଭରୁ ବାଲେଶ୍ବର ଫକୀର ମହୋନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ଛାତ୍ରୀ ଶୁଶ୍ରୀ ସୌମ୍ୟଶ୍ରୀଙ୍କ ଆତାମର ସଦଗତି ନିମନ୍ତେ ୨ମିନିଟ୍ ଶୋକ ପ୍ରାର୍ଥନା କରାଯାଇ ବୈଠକଟିକୁ ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକରେ ଗତ ୧୨.୦୭.୦୨୫ ରିଖ ଦିନ କରାଯାଇଥିବା ପୂର୍ବ ବୈଠକର ବିବରଣି ପାଠ କରାଯାଇଥିଲା । ଏହାପରେ ଆମ ଛେଳାଗଡ ଓ ଡାବରଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଯେଉଁ BSNL ଟାଓ୍ବାର ନିମନ୍ତେ ୩୨୬ (ଏ) ପପାରଳାଖେମଣ୍ଡି ରୁ ବ୍ରହ୍ମପୁର ମୁଖ୍ୟ ରାଜରାସ୍ତା ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ତାହା ଆସନ୍ତା ତା; ୧୭.୦୭.୦୨୫ ରିଖ ଦିନ ଓଡିଶା ବନ୍ଦ ଡାକରା ଦେଇଥିବାରୁ ତାହା ଆସନ୍ତା ୧୭.୭.୦୨୫ ତାରିଖ ବଦଳରେ ଆସନ୍ତା ୨୪.୭.୦୨୫ ତାରିଖ ଗୁରୁବାର ଦିନ ଆମ ତିନିଗୋଟି ଗ୍ରାମ ପଞ୍ଚାୟତର ଜଜନସାଧାରଣ ରାଜରାସ୍ତାକୁ ଓଲ୍ଲାଇବା ନିମନ୍ତେ କମିଟି ମାଧ୍ୟମରେ ନିଷ୍ପତି ନିଆଗଲା । ଉକ୍ତ ବୈଠକରେ ବିଶିଷ୍ଟ ସମାଜ ଶେବି ଜଗବନ୍ଧୁ ଦାଶ, ଗ୍ରାମ ମୁଖିଆ ଜଗନ୍ନାଥ ରଣଜିତ୍, କୈଳାଶ ଚନ୍ଦ୍ର ପାତ୍ର ଓ ପ୍ରତେକ ଓ୍ବାର୍ଡ ସଭ୍ୟ/ ସଭ୍ୟା ବୃଦ୍ଧିଜୀବୀ ମାନଙ୍କ ଉପସ୍ଥିତରେ ଆଜିର ଏହି ବୈଠକରେ ନିପତି ନିରାଯାଇଥିଲା ।
ମଣିଭଦ୍ରା ଖବର, ଗଜପତି
Post a Comment