BREAKING
Loading...
:

ସ୍ବାସ୍ଥ୍ୟ କର୍ମଚାରୀରୁ ଜ୍ୟୋତିର୍ବିଦ, ଆଶୁତୋଷଙ୍କୁ ମିଳିଲା "ବାସ୍ତୁ ନରେଶ" ସମ୍ମାନ

 ସ୍ବାସ୍ଥ୍ୟ କର୍ମଚାରୀରୁ ଜ୍ୟୋତିର୍ବିଦ, ଆଶୁତୋଷଙ୍କୁ ମିଳିଲା "ବାସ୍ତୁ ନରେଶ" ସମ୍ମାନ 

ଭୁବନେଶ୍ଵର ( ମଣିଭଦ୍ରା ଖବର) କଥାରେ ଅଛି ଇଛାଶକ୍ତି ଆଗରେ ସବୁକିଛି ହାର ମାନେ । ସ୍ବତନ୍ତ୍ର ଲକ୍ଷ୍ୟ ନେଇ କାର୍ଯ୍ୟ କଲେ ନିଶ୍ଚିତ ସଫଳ ହେବ ଏଥିରେ ସନ୍ଦେହ ନାହିଁ । ଯାହାକି ପ୍ରମାଣ କରି ଦେଖାଇଛନ୍ତି ଢୋଲମରା ଗ୍ରାମର ଆଶୁତୋଷ ପ୍ରଧାନ  ।ଭୂବନେଶ୍ବରରେ ଭୃଗୁ ଜ୍ୟୋତିଷ ସଂସ୍ଥାନ ଦ୍ଵାରା ଆୟୋଜିତ ୧୮ ତମ ଏସିଆନ ଆଷ୍ଟ୍ରୋଲୋଜର କନଫରେନ୍ସ ଭୁବନେଶ୍ବର ଠାରେ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ରେ ଜାନୁୟାରୀ ୪ ଓ ୫ ତାରିଖ  ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଠାରେ ଭାରତ ଏବଂ ଭାରତ ବାହାରୁ ବହୁତ ଜ୍ୟୋତିଷ, ବାସ୍ତୁବିଜ୍ଞାନୀ, ହସ୍ତରେଖାବିତି , ତନ୍ତ୍ର ବିଶେଷଜ୍ଞ ଯୋଗ ଦେଇଥିଲେ ।


  ଆମ ଅଞ୍ଚଳ ର  ଜ୍ୟୋତିର୍ବିଦ୍ ଆଶୁତୋଷ ପ୍ରଧାନ,  ପିତା- ଅନନ୍ତ ଚରଣ ପ୍ରଧାନ,  ଗ୍ରାମ- ରୟତି ଢେଲାମରା ଏହି କନଫରେନ୍ସରେ ଯୋଗଦେଇ ବାସ୍ତୁ ଏବଂ ପିରାମିଡ ଦ୍ୱାରା ବାସ୍ତୁ ଦୋଷର ସରଳ ସମାଧାନ ଉପରେ ଆଲୋକପାତ କରି  ଭୃଗୁ ଜ୍ୟୋତିଷ ସଂସ୍ଥାନ ଚେୟାରମ୍ଯାନ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ  ଏବଂ ନେପାଳ ରୁ ଆସିଥିବା ମୁଖ୍ୟ ଅତିଥି  ଡ. ମହେନ୍ଦ୍ରନାଥ ମୁଁଦ୍ରାଙ୍କ ଦ୍ଵରା ବାସ୍ତୁ ନରେଶ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କର ଦୀର୍ଘ ୧୪ ବର୍ଷ ର ବାସ୍ତୁ ଏବଂ ଜ୍ୟୋତିଷ ରେ ଅଭିଜ୍ଞତା । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମଚାରୀ ଭାବେ କାର୍ଯ୍ୟରତ ଆଶୁତୋଷଙ୍କ ଏହି ସଫଳତା ପଛରେ ତାଙ୍କ ପିତାମାତା, ସାଙ୍ଗସାଥୀ ମାନଙ୍କ ହାତ ଥିବା ସେ ପ୍ରକାଶ କରିଛନ୍ତି । ଗଣିଆ ଅଞ୍ଚଳରେ ଜଣେ ବାସ୍ତୁ ବିଜ୍ଞାନୀ ଭାବେ ସେ ବେଶ୍ ପରିଚିତ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS