ପୁଲିସ ହାତରେ ୪ ଆନ୍ତଃରାଜ୍ୟ ରାଜସ୍ଥାନୀ ଏଟିମ୍ ଲୁଟେରା
କଟକ (ମଣିଭଦ୍ରା ଖବର) ୨୪ ଘଣ୍ଟା ଭିତରେ ପୁଲିସ ହାତରେ ଲାଗିଲା ଚାରି ଆନ୍ତଃରାଜ୍ୟ ରାଜସ୍ଥାନୀ ଏଟିମ୍ ଲୁଟେରା। ଦୁଇ ଲୁଟେରାଙ୍କୁ ମୋଟଙ୍ଗା ଅଞ୍ଚଳରେ କାବୁ କରାଯାଇଥିବାବେଳେ ଅନ୍ୟ ଦୁଇ ଲୁଟେରାଙ୍କୁ ଛତିଶଗଡ ସୀମାରୁ କାବୁ କରା ଯାଇଛି। ଏଟିଏମ ଲୁଟରେ ବ୍ୟବହୃତ ହେଇଥିଲା ଗୋଟିଏ କଣ୍ଟେନର ଓ ଗୋଟିଏ କାର୍ । ଏଟିଏମ ଲୁଟେରା ପ୍ରଥମେ କାର ଯୋଗେ ଆସି ଏଟିଏମରୁ ଆଠଲକ୍ଷ ଲୁଟ୍ କରିଥିଲେ। ପରେ ଏଟିମକୁ ନିଆଁ ଲଗାଇଦେଇ କାର ଯୋଗେ ଟଙ୍କାକୁ ନେଇ କଣ୍ଟେନରରେ ରଖିଥିଲେ। ପରେ ପୁଲିସକୁ ଚକମା ଦବା ପାଇଁ କଣ୍ଟେନରରେ ପଇସା ଚାଲାଣ କରିଦେଇ ଅନ୍ୟତ୍ର ପଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଉକ୍ତ କାରକୁ ମୋଟଙ୍ଗା ଅଞ୍ଚଳରୁ ଜବତ୍ କରିବା ସହିତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ କଣ୍ଟେନର ସହ ଟଙ୍କା ଓ ବହୁ ମାରଣସ୍ତ୍ରକୁ ଜବତ କରିଛି ପୁଲିସ। ସମସ୍ତ ଲୁଟେରା ରାଜସ୍ଥାନର ବୋଲି ଜଣାପଡିଛି।
ମାନସ କୁମାର ସାହୁ, କଟକ
إرسال تعليق